Below header

ଏସୀୟ କ୍ରୀଡ଼ା : ଭାରତକୁ ବକ୍ସିଂରେ ସ୍ବର୍ଣ୍ଣ ଦେଲେ ଅମିତ ପଙ୍ଗଲ

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ବକ୍ସିଂରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି, ଅମିତ ପଙ୍ଗଲ । ୪୯ କେଜି ବର୍ଗରେ ଉଜବେକିସ୍ତାନର ହସନବୟ ଦୁସାମାତୋବଙ୍କୁ ହରାଇଛନ୍ତି ଅମିତ । ଅମିତ ପଙ୍ଗଲ ଦୁସାମାତୋବଙ୍କୁ ୩-୨ରେ ପରାସ୍ତ କରିଛନ୍ତି । ଏହି ପଦକ ସହ ଏସୀୟ କ୍ରୀଡ଼ାରେ ରେକର୍ଡ କରିଛି ଭାରତ । ଭାରତର ପଦକ ସଂଖ୍ୟା ୬୬ରେ ପହଞ୍ଚିଛି । ଏଥିରେ ରହିଛି ୧୪ଟି ଗୋଲ୍ଡ ମେଡାଲ । ଏହା ପୂର୍ବରୁ ୨୦୧୦ ଏସୀୟ କ୍ରୀଡ଼ାରେ ଭାରତ ୬୫ଟି ପଦକ ଜିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.