ଯାଜପୁର : ସ୍କୁଲ ଭିତରେ ଲହଡି ମାରୁଛି ବନ୍ୟା ପାଣି

ଯାଜପୁର (କେନ୍ୟୁଜ୍) : ସ୍କୁଲ ଭିତରେ ଲହଡି ମାରୁଛି ବନ୍ୟା ପାଣି। ଫଳରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘତ ସୃଷ୍ଟି ହେବା ସହ ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ରହିଛି। ପାଣିରେ ବୁଡି ରହିଛି ବସ୍ତା ବସ୍ତା ଚାଉଳ। ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଦାମଦୋରପୁର ଅଭିରାମ ପରମହଂସ ବିଦ୍ୟାଳୟରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ସ୍କୁଲରେ ପାଣି ପସି ଜରୁରୀ କାଗଜପତ୍ର କମ୍ପ୍ୟୁଟର ସବୁ ନଷ୍ଟ ହୋଇଯାଇଛି।
ସ୍କୁଲଟି ଖାଲୁଆ ଜାଗାରେ ଥିବାରୁ ବର୍ଷା ଦିନେ ଏପରି ସମସ୍ୟା ଦେଖାଦେଇଥାଏ। ଏ ସମ୍ପର୍କରେ ପ୍ରଧାନଶିକ୍ଷକ, ବ୍ଲକ ଶିକ୍ଷାଧିକାରୀ ଓ ସ୍ଥାନୀୟ ବିଧାୟକଙ୍କୁ ବାରମ୍ବାର ଜଣାଇଛନ୍ତି। କିନ୍ତୁ କୌଣସି ପଦକ୍ଷେପ ନିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ତେବେ ବ୍ଲକ ଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କ୍ଲଷ୍ଟର ସିଆରସିସି କହିଛନ୍ତି।