ସାଧାରଣ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି : ଆଜିଠୁ ଆରମ୍ଭ ହେବ ଭୋଟର ତାଲିକାରେ ସଂଶୋଧନ।

ଭୁବନେଶ୍ବର (କେନ୍ୟୁଜ୍) : ସାଧାରଣ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି। ଆଜିଠୁ ଆରମ୍ଭ ହେବ ଭୋଟର ତାଲିକାରେ ସଂଶୋଧନ। ୩୧ ଅକ୍ଟୋବର ପର୍ୟ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ଚାଲିବ। ଆଜି ପ୍ରକାଶ ପାଇବ ଡ୍ରାଫ୍ଟ ଭୋଟର ଲିଷ୍ଟ । ଜାନୁଆରୀ ୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ଭୋଟର ତାଲିକାରେ ତ୍ରୁଟି ଥିଲେ ଆବେଦନ କରିପାରିବେ। ବୁଥ୍ ଲେବଲ୍ ଅଫିସରଙ୍କ ପାଖରେ ଆବେଦନ କରିହେବ। ରାଜ୍ୟରେ ୩୭ ହଜାର ୬୦୬ଟି ବୁଥ୍ ଅଛି। ୧୦ରୁ ଅଧିକ ଫର୍ମ ଦେଇପାରିବେନି ବୁଥ୍ ଲେବଲ୍ ଏଜେଣ୍ଟ। ଗ୍ରାମାଞ୍ଚଳରେ ଗୋଟିଏ ବୁଥରେ ୧୨ଶହ ଭୋଟର ରହିବେ । ସହରାଞ୍ଚଳରେ ଗୋଟିଏ ବୁଥରେ ରହିବେ ୧୪ଶହ ଭୋଟର।