Below header

ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ (କେନ୍ୟୁଜ୍) : ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା । ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଚାଲୁଛି । ପ୍ରବଳ ବର୍ଷା ଯୋଗୁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ରାସ୍ତାରେ ପାଣି ଜମି ରହିଥିବାରୁ ଟ୍ରାଫିକ୍ ଜାମ୍ ହୋଇଛି । ଏମବି ରୋଡ୍ ଉପରେ ୨ରୁ ୩ ଫୁଟର ପାଣି ଚାଲୁଛି । ପାଖାପାଖି ୨ କିଲୋମିଟର ପର୍ୟ୍ୟନ୍ତ ଗାଡ଼ି ଛିଡା ହୋଇ ରହିଥିବା ଦେଖିବାକୁ ମିଳିଛି । ସାଉଥ୍ ଦିଲ୍ଲୀର ଏମ୍ସ, ମାଲବୀୟ ନଗର, ଗ୍ରୀନ୍ ପାର୍କ ଆଦି ଅଞ୍ଚଳ ଜଳମଗ୍ନ ହୋଇଛି । ସେହିପରି ୱେଷ୍ଟ ଦିଲ୍ଲୀର ପଞ୍ଜାବୀ ବାଗ୍, ଉତ୍ତମ ନଗର, ବିକାଶପୁରୀ ଆଦି ଅଞ୍ଚଳର ଅବସ୍ଥା ମଧ୍ୟ ବେହାଲ । ପମ୍ପ ସାହାଯ୍ୟରେ ଜଳ ନିଷ୍କାସନ କାର୍ୟ୍ୟ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.