ସୁବର୍ଣ୍ଣପୁର: ପ୍ରାଚୀନ ଶକ୍ତିପୀଠ, ମା ମେଟାକାନୀଙ୍କ ଲୀଳା କ୍ଷେତ୍ର, ବର୍ଷର ସବୁ ସମୟରେ ଏଠାକୁ ଛୁଟିଥାଏ ଶ୍ରଦ୍ଧାଳୁଙ୍କ ସୁଅ

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଗଲେ ଉଲୁଣ୍ଡା ସହରର ଅନତି ଦୂରରେ ରହିଛି ମା ମେଟାକାନୀଙ୍କ ଶକ୍ତି ପୀଠ। ରାସ୍ତା କଡ଼ରେ ମାଙ୍କ ବିଜୟ ପ୍ରତିମା ଏକ ଛୋଟ ମନ୍ଦିରରେ କାହିଁ କେତେ ଦିନରୁ ପୂଜା ପାଉଛନ୍ତି । ହେଲେ ଏଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ମାଆଙ୍କ ମୁଖ୍ୟ ମନ୍ଦିର ରହିଛି ଘଞ୍ଚ ଜଙ୍ଗଲ ଭିତରେ। ସବୁଜ ବନାନୀରେ ପରିପୂର୍ଣ୍ଣ ଏହି ଶକ୍ତି ପୀଠକୁ ବର୍ଷ ତମାମ ଛୁଟିଥାଏ ପର୍ଯ୍ୟଟକଙ୍କ ଭିଡ଼।

ମା ମେଟାକାନୀଙ୍କୁ ଆସ୍ଥା ଓ ବିଶ୍ୱାସର ଦେବୀ କୁହାଯାଏ। ଭକ୍ତି ମନରେ ମାଆଙ୍କ ନିକଟରେ ଯିଏ ଯାହା ମନାସିଥାଏ, ତାକୁ ତାହା ପ୍ରାପ୍ତ ହୋଇଥାଏ। ପ୍ରାକୃତିକ ଶୋଭାରାଜିରେ ନିଜକୁ ହଜାଇ ଦେବା ସହ ଦେବୀକୃପା ଲାଭ କରିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ ଏହି ପୀଠରେ।

ମା ମେଟାକାନୀଙ୍କ ପୀଠ ଉପରେ ରହିଛି ଏକ ଅନନ୍ୟ ଜନସ୍ମୃତି । ମେଟ ଲୁହୁରାଙ୍କ କନ୍ୟା ପିଲାଦିନେ ଖେଳୁଥିବା କଣ୍ଢେଇରେ ବିରାଜିତ ହୋଇଛନ୍ତି ମା ମେଟାକାନୀ। ମେଟା କନ୍ୟା ବାହା ହୋି ଶାଶୁ ଘରକୁ ଯିବାବେଳେ କଣ୍ଢେଇଟି ସାଙ୍ଗରେ ନେଇ ଯାଇଥିଲା। ହେଲେ ଶାଶୁଘର ଲୋକେ କଣ ଭାବିବେ ବୋଲି ସେ କଣ୍ଢେଇଟି ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଇ ଯାଇଥିଲା। ପରେ ମା ମେଟକୁ ସ୍ୱପ୍ନ ହେବା ପରେ, ସେ ସିମୁଳି ଗଛମୂଳେ ଏକ କୁଡ଼ିଆକରି ମାଆଙ୍କୁ ପୂଜା କରୁଥିଲା। ହେଲେ ମାତ୍ର ଦୁଇ ଦଶନ୍ଧି ତଳେ ଏଠାରେ ତିଆରି ହୋଇଛି ଦେବୀଙ୍କ ଭବ୍ୟ ମନ୍ଦିର।

ସୁବର୍ଣ୍ଣପୁରରୁ ଶେଷଦେବ ବାରିକ, କେ ନ୍ୟୁଜ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.