ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ମଣିଷ ନିଜ ପାଇଁ ସମୟ ବାହାର କରିବା କଷ୍ଟକର ହୋଇପଡୁଛି। ଏଥିପାଇଁ ମଣିଷ ନିଜର ଧ୍ୟାନ ରଖିପାରୁନାହିଁ। ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବା ସହ ଯୌନ ଇଚ୍ଛା ଉପରେ ମଧ୍ୟ ଅଧିକ ପ୍ରଭାବ ପକାଉଛି। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଆପଣ ମହୁ ଏବଂ କ୍ଷୀରର ସେବନ କରିବା ଉଚିତ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ପୁରୁଷଙ୍କ ଯୌନ ଇଚ୍ଛାକୁ ବଢାଇବା ସହିତ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ। ଏହାଛଡା ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ।
ଶରୀରରେ ଶୁକ୍ରାଣୁ ସଂଖ୍ୟା କମ୍ ହେଲେ ଆପଣଙ୍କ ବୈବାହିତ ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ। କିନ୍ତୁ ଏହାକୁ ସେବନ କରିବା ଦ୍ୱାରା ପୁରୁଷମାନଙ୍କ ଶୁକ୍ରାଣୁ ବୃଦ୍ଧି ହୋଇଥାଏ। ପୁରୁଷ ଇନ୍ଫର୍ଟିଲିଟି ସମସ୍ୟା ଦୂର ମଧ୍ୟ ହୋଇଥାଏ।
ଯଦି ଆପଣଙ୍କୁ ଉଚିତ ପରିମାଣର ନିଦ୍ରା ହେଉନଥାଏ, ତେବେ ଏହା ଶରୀର ଉପରେ କୁପ୍ରଭାବ ପକାଏ। ଅନିଦ୍ରା ହେବାର ମୁଖ୍ୟ କାରଣ ହୋଇଥାଏ ଟେଷ୍ଟୋଟେରାନ୍ସ ହରମୋନ। କ୍ଷୀରରେ ମହୁ ମିଶାଇ ପିଇବା ଦ୍ୱାରା ଏହି ହରମୋନ ବୃଦ୍ଧି ପାଇଥାଏ। ଯାହା ଆପଣଙ୍କ ଅନିଦ୍ରତା ସମସ୍ୟାକୁ ଦୂର କରିଥାଏ। ଏହା ସହିତ ହାଡକୁ ମଜବୁତ କରିବା ସହ ଇମ୍ୟୁନିଟ୍ ସିଷ୍ଟମକୁ ମଜବୁତ କରିଥାଏ କ୍ଷୀର ମହୁ ସେବନ। ଏହାଛଡା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।
କ୍ଷୀର ଓ ମହୁରେ ଆଣ୍ଟି ଡିପ୍ରେସନ ଗୁଣ ଭରପୂର ମାତ୍ରାରେ ରହିଥାଏ। ଏଥିପାଇଁ ଯଦି ଆପଣ ଏହାକୁ ପିଇବା ଦ୍ୱାରା ଡିପ୍ରେସନ ହୁଏନାହିଁ।