ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ୍‌ ଫ୍ଲୁ, ପ୍ରତିଷେଧକ ଟୀକା ନେବେ ସମସ୍ତ କର୍ମଚାରୀ

ସୁପ୍ରିମକୋର୍ଟର ଛଅ ଜଣ ଜଜ୍‌ ସ୍ୱାଇନ୍‌ ଫ୍ଲୁରେ ପୀଡ଼ିତ ହୋଇଛନ୍ତି। ଏନେଇ ଜଣାପଡ଼ିବା ପରେ ସେମାନେ ଆଉ କୋର୍ଟକୁ ଆସୁନାହାନ୍ତି। ଏନେଇ ଆଜି ଜଣେ ଜଜ୍‌ ସୂଚନା ଦେଇଛନ୍ତି।

sc

ବିଚାରପତି ଡି ଓ୍ଵାଇ ଚନ୍ଦ୍ରଚୂଡ ଅଦାଲତର କାର୍ଯ୍ୟ ଆରମ୍ଭ କରିବା ବେଳେ ସୂଚନା ଦେଇଥିଲେ ଯେ ସର୍ବୋଚ୍ଚ ଅଦାଲତର ୬ ଜଣ ବିଚାରପତି ଏଚ୍‌୧ଏନ୍‌୧ରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି। ଏହି ମାମଲାକୁ ନେଇ ମୁଖ୍ୟ ବିଚାରପତି ଏସ୍‌ଏ ବେବଡେଙ୍କ ସହ ଶ୍ରୀ ଚନ୍ଦ୍ରଚୂଡ଼ ବୈଠକ କରିଛନ୍ତି। ସୁପ୍ରିମକୋର୍ଟର ଆଉ ଜଣେ ବିଚାରପତି ସଞ୍ଜୀବ ଖତ୍ରା ମାସ୍କ ପିନ୍ଧି ଅଦାଲତ ଆସିଥିବା ଜଣାଯାଇଛି।

H1N1

ସୁପ୍ରିମକୋର୍ଟ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି ଯେ ସୁପ୍ରିମକୋର୍ଟର ଓକିଲଙ୍କୁ ପ୍ରତିଷେଧକ ଟୀକା ଦେବା ଲାଗି ଖୁବ୍‌ଶୀଘ୍ର ଟୀକା ଉପଲବ୍ଧ କରାଯିବ। ବୈଠକରେ ସେ କହିଥିଲେ ଯେ ଓକିଲଙ୍କ ସମେତ କୋର୍ଟର ଅନ୍ୟ ସଦସ୍ୟମାନେ ମଧ୍ୟ ରୋଗ ପ୍ରତିଷେଧକ ଟୀକା ନେବା ଆବଶ୍ୟକ। ପୀଡ଼ିତଙ୍କ ମଧ୍ୟରୁ ଦୁଇ ଜଣ ଓକିଲ ସାବରୀମାଲା ମାମଲାର ଶୁଣାଣି ସହ ଜଡ଼ିତ ଥିବା ସୂଚନା ମିଳିଛି।

Leave A Reply

Your email address will not be published.