ନୃଶଂସ ମାଲିକ ୧୨ ସପ୍ତାହ ଶୁଆର କାଟିଲେ ପର କିନ୍ତୁ ଅଠା, ଟୁଥ୍‌ ପିକ୍‌ ଏବଂ ପୁରୁଣା ପର ସହାୟତାରେ ଅଙ୍ଗ ପ୍ରତିରୋପଣ କଲେ ଡାକ୍ତର

ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟତାରେ ମଣିଷର ଅଙ୍ଗ ପ୍ରତିରୋପଣ ହୋଇପାରୁଛି। କିନ୍ତୁ କେବେ କୌଣସି ପଶୁପକ୍ଷୀଙ୍କ ଅଙ୍ଗ ପ୍ରତିରୋପଣ ହୋଇପାରୁଥିବା ଖବର ଆପଣ ଶୁଣିଛନ୍ତି କି। କିନ୍ତୁ ଏପରି ଏକ ଘଟଣା ଅଷ୍ଟ୍ରେଲିଆର ବ୍ରିସବେନରେ ଦେଖିବାକୁ ମିଳିଛି। ଯେଉଁଠି ଗୋଟେ ଛୋଟ ଶୁଆର ପରକୁ ପ୍ରତିରୋପଣ କରାଯାଇଛି। ଏଠାରେ ୧୨ ସପ୍ତାହର ଛୋଟ ଶୁଆ ବେଇ-ବେଇ କାଳେ ଉଡ଼ିଯିବ ସେଥିପାଇଁ ତା ମାଲିକ ଡେଣାର ପର କାଟି ଦେଇଥିଲେ।

transplant

ତେବେ ୩୧ ବର୍ଷ ବୟସ୍କ ଭେଟେନାରୀ ଡାକ୍ତର କୈଥରିନ୍‌ ଆପୁଲି କିଛି ଘଣ୍ଟା ମଧ୍ୟରେ ଶୁଆର ଡେଣାରେ ପର ପ୍ରତିରୋପଣ କରିବାକୁ ସକ୍ଷମ ହୋଇଛନ୍ତି। କିଛି ଅଠା, ଟୁଥ୍‌ ପିକ୍‌ ଏବଂ ପୁରୁଣା ପର ସହାୟତାରେ ସେ ଏପରି କରିପାରିଛନ୍ତି। ଡ଼େଣାରେ ପର ପ୍ରତିରୋପଣ ପରେ ଶୁଆଟି ପ୍ରାୟ ଏକ ଘଣ୍ଟା ଧରି ଆକାଶରେ ଖୁସିରେ ଉଡ଼ି ବୁଲିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ପକ୍ଷୀଙ୍କ ପର ଲଗାଇବା ପାଇଁ ଯେଉଁ ପ୍ରକ୍ରିୟା ଆପଣାଯାଉଥିଲା, ତାହା ପକ୍ଷୀମାନଙ୍କୁ ବହୁତ କଷ୍ଟ ଦେଉଥିଲା। ଏହା ପୂର୍ବରୁ କେଟୀ ବନବେଲିକମ ନାମକ ଜଣେ ମହିଳା ଏକ ପ୍ରଜାପତିର ପରକୁ ପ୍ରତିରୋପଣ କରିଥିଲେ। ପ୍ରଜାପତିଟି ପ୍ରତିରୋପଣ ପରେ ଉଠିବାରେ ସକ୍ଷମ ମଧ୍ୟ ହୋଇଥିଲା।

Leave A Reply

Your email address will not be published.