ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ପଠାଇଲେ ଭିଡ଼ିଓ

ବରଗଡ଼ : ତେଲେଙ୍ଗାନାରେ ବନ୍ଧା ପଡିଛନ୍ତି ୩୫ ଓଡ଼ିଆ ଶ୍ରମିକ । ସେମାନଙ୍କୁ ଉଦ୍ଧାର ପାଇଁ ଏକ ଭିଡିଓରେ ନିବେଦନ କରିଛନ୍ତି । ଏକ ଇଟାଭାଟିରେ ସେମାନେ ବନ୍ଧା ପଡିଥିବା ଭିଡ଼ିଓରେ କହିଛନ୍ତି । ଏମାନେ ସମସ୍ତେ ବରଗଡ଼ ପାଇକମାଲ ବ୍ଲକ ଯୋଗୀନ୍ଦ୍ରନାଥପୁର ଗାଁର । ଗତବର୍ଷ ଡିସେମ୍ବର ମାସରେ ତେଲେଙ୍ଗାନା ପାଣ୍ଡୁଆପଲ୍ଲୀକୁ କାମ କରିବାକୁ ଯାଇଥିଲେ । କିଛିଦିନ କାମ କରିବା ପରେ ଠିକାଦାର ଜୁଲୁମ କରିବା ଆରମ୍‌ କରିଥିଲେ ।

ଖାଇବା ପିଇବାକୁ ନଦେଇ ଗାଳି ମାଡ କରିଥିଲେ । ଘରକୁ ଫେରିବାକୁ ନିବେଦନ କଲେ ଅତ୍ୟାଚାର କରୁଥିଲେ ଠିକାଦାର । କାହାରିକୁ ଟଙ୍କା ବି ଦିଆଯାଉନଥିଲା । ଏମାନଙ୍କ ଭିତରେ ୧୧ ଜଣ ଶିଶୁ ଅଛନ୍ତି । ଶ୍ରମିକମାନେ ଏକ ନିଛାଟିଆ ସ୍ଥାନରେ ଭିଡ଼ିଓ କରି ପଠାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏହି ଭିଡ଼ିଓ ପାଇବା ପରେ ସେମାନଙ୍କୁ ମୁକୁଳାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି । ଆସନ୍ତା ୩ ଦିନ ଭିତରେ ଉଦ୍ଧାର କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.