Below header

୪୦ ବର୍ଷ ହେବା ପରେ ହୋଇଯାନ୍ତୁ ସାବଧାନ ! ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖାଦ୍ୟ ଠାରୁ ରୁହନ୍ତୁ ଦୂରେଇ

ସାଧାରଣତଃ ଛୋଟ ପିଲା ମାନେ ଚଟପଟା ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ ବୟସ ବଢିବା ସହ କେତେ ଜଣଙ୍କର ଏହି ସଉକ ଜମା ବି କମି ନଥାଏ । ଅର୍ଥାତ ଯୁବାବସ୍ଥା ସେମାନେ ଯାହା ଯାହା ଖାଉଥିଲେ ବୟସ ବଢିବା ସହ ବି ସେହି ଜିନିଷ ଖାଇବା ଜାରି ରଖିଥାନ୍ତି । କିନ୍ତୁ ସେମାନେ ହୁଏତ ଜାଣି ନଥାନ୍ତି ଏହି ସବୁ ଖାଦ୍ୟ ସେମାନଙ୍କ ଶରୀର ଉପରେ କୁପ୍ରଭାବ ପକାଇଥାଏ । କିନ୍ତୁ ୪୦ ବର୍ଷ ପାର କରିବା ପରେ ପୁରୁଷ ହୁଅନ୍ତୁ ବା ମହିଳା ଉଭୟଙ୍କ ଶରୀରରେ କିଛିଟା ପରିବର୍ତ୍ତନ ଆସିଥାଏ । ତେଣୁ କରି ଏହି ସମୟରେ କିଛି ବି ଖାଇଲେ ଶୀଘ୍ର ପଚନ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ କହି ରଖିଛୁ କି ଏହି ବୟସ ପାର ହେବା ପରେ ଆପଣ ନିଜ ଖାଦ୍ୟପେୟକୁ ନେଇ କିପରି ସଜାଗ ହେବେ ।

healthy food

ଚାହା ଓ କଫି:

ଅନେକଙ୍କର ନିୟମିତ ଭାବେ ଚାହା ଓ କଫି ପିଇବାର ଅଭ୍ୟାସ ଅଛି । ଠିକ ଟାଇମରେ ନ ପିଇଲେ ମୁଣ୍ଡ ବିନ୍ଧା ସମସ୍ୟା ଆରମ୍ଭ ହୋଇଯାଏ । କିନ୍ତୁ ଆବଶ୍ୟକତାରୁ ଅଧିକ ସେବନ ମାଇଗ୍ରେନ ପରି ଘାତକ ରୋଗର କାରଣ ସାଜିପାରେ । ଏହା ବାଦ ହାଇବିପି, ପଚନ ନହେବା, କୄବ୍ଜ ପରି ସମସ୍ୟା ବି ଲାଗିରହେ । ଏହି ବୟସ ପରେ ଅନିଦ୍ରା ସମସ୍ୟା ବି ଲାଗି ରହୁଥିବାରୁ ଏସବୁ ପାନୀୟ ଠାରୁ ଯଥା ସମ୍ଭବ ଦୂରେଇ ରହିବା ସର୍ବୋତ୍ତମ ।

Image result for tea and coffee

ଲୁଣ:

ଆବଶ୍ୟକତା ଠାରୁ ଅଧିକ ଲୁଣର ସେବନ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଏମିତିରେ ତ ପ୍ରତିଦିନ ପ୍ରତି ବ୍ୟକ୍ତି ୨,୩୦୦ ମିଲିଗ୍ରାମ ଲୁଣ ହିଁ ଖାଇବା ଉଚିତ । କିନ୍ତୁ ୪୦ ବର୍ଷ ପରେ ଏହି ମାତ୍ରା କମାଇ ଦେବା ଭଲ । ଏହି କାରଣରୁ ହାଇ ବିପି ପରି ସମସ୍ୟାରୁ ମୁକ୍ତି ମିଳିଥାଏ ।

ମଇଦା ପ୍ରସ୍ତୁତ ଖାଦ୍ୟ:

ଏମିତିରେ ତ ପ୍ରତି ବର୍ଗର ଲୋକେ ଯଥା ସମ୍ଭବ ମଇଦା ତିଆରି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ । ପରିଶ୍ରମ କାରଣରୁ ଯୁବାବସ୍ଥା ସମୟରେ ଏହାକୁ ହଜମ କରିବା ସହଜ ହେଊଥିବା ବେଳେ କିନ୍ତୁ ପରେ ସମ୍ଭବ ହୋଇନଥାଏ ।

food

ଆଲକୋହଲ ସେବନ:

୪୦ ପରେ ମାତ୍ରାଧିକ ମଦ୍ୟପାନ ଆପଣଙ୍କୁ ପାରାଲାଇଜଡ କରିଦେଇପାରେ । ତେଣୁ ଏହି ଅଭ୍ୟାସ ଥିଲେ ବୟସ ଅନୁଯାୟୀ ଏହାକୁ କମ କରିଦେବା ଉଚିତ । ନିୟମିତ ମଦପାନ କଲେ ବ୍ୟକ୍ତିର ବୁଖିବା ଶୁଝିବା ଶକ୍ତି ବି ହ୍ରାସ ପାଇଥାଏ ।

ଷ୍ଟ୍ରିଟ ଫୁଡ :

ଷ୍ଟ୍ରିଟ ଫୁଡ ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ । କିନ୍ତୁ ବେଳେ ଏହା ଶରୀର ପାଇଁ ଘାତକ ସଦୃଶ ବି ହୋଇପାରେ । ଏକ ନିର୍ଦ୍ଦିଷ୍ଟ ବୟସ ପରେ ଏହାର ସେବନ କମ କରିଦେବା ଉଚିତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.