ଘଷିପୁରାରେ ରାଜନୈତିକ ସଂଘର୍ଷ, ୬ ଜଣରୁ ଊର୍ଦ୍ଧ୍ବ ଆହତ

ଆନନ୍ଦପୁର (କେନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ଘଷିପୁରାରେ ରାଜନୈତିକ ସଂଘର୍ଷ । ବିଜେପି ଓ ସନା ସେନାର ଦୁଇ ଗୋଷ୍ଠୀ ମଧ୍ୟରେ ବସଷ୍ଟାଣ୍ଡରେ ରକ୍ତାକ୍ତ ସଂଘର୍ଷ ଘଟି ୩ ଜଣ ବିଜେପି ସମର୍ଥକ ଆହତ ହୋଇଥିବା ଅଭିଯୋଗ ହୋଇଛି । ପରେ ବିଜେଡ଼ି ର ୫୦ରୁ ଊର୍ଦ୍ଧ୍ୱ ସମର୍ଥକ ସେଠାରେ ପହଞ୍ଚି ବିଭିନ୍ନ ମାରଣାସ୍ତ୍ରରେ ସନା ସେନା  ସମର୍ଥକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିରେ ୩ ଜଣ ସନା ସେନା ସମର୍ଥକ ଗୁରୁତର ଆହତ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି । ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି । ତେବେ ଏ ନେଇ ବିଜେଡି କିମ୍ବା ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.