Below header

ଖୁବ ଶୀଘ୍ର ଭାରତୀୟ ବଜାରରେ ହୋଣ୍ଡା ଲଞ୍ଚ କରିବ 2020 Africa Twin ସ୍ପିଡ଼ ବାଇକ

ଭାରତୀୟ ବଜାରରେ ନିଜ ହାଇସ୍ପିଡ଼ ବାଇକ 2020 Africa Twinକୁ ଖୁବ ଶୀଘ୍ର ଲଂଚ କରିବା ନେଇ ହୋଣ୍ଡା କମ୍ପାନୀ ଘୋଷଣା କରିଛି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ହିଁ କମ୍ପାନୀ ନିଜ ଏହି ସ୍ପୋର୍ଟସ ବାଇକକୁ ଭାରତୀୟ ବଜାରରେ ଲଞ୍ଚ କରିବା ନେଇ ଖବର ପ୍ରକାଶ ପାଇଛି । କହି ରଖିବା ଉଚିତ ହେବକି, ଗତବର୍ଷ ସେପ୍ଟେମ୍ବର ମାସରେ ହିଁ କମ୍ପାନୀ ଏହି ମଡେଲର ବାଇକକୁ ଅନ୍ତରାଷ୍ଟ୍ରୀୟ ବଜାରରେ ଲଞ୍ଚ କରିସାରିଛି । ତେବେ ପ୍ରଥମେ ଜାଣି ରଖନ୍ତୁ ହୋଣ୍ଡାର ଏହି ସ୍ୱତନ୍ତ୍ର ବାଇକର ସ୍ପେଶାଲ ଫିଚର୍ସ ବିଷୟରେ:

bike

-ପାୱାର ଦୃଷ୍ଟିରୁ କମ୍ପାନୀ ଏଥିରେ ୧୦୮୪ ସିସି, ପ୍ୟାରେଲସ ଟ୍ୱିନ, ଲିକ୍ୱିଡ଼ କୁଲଡ ଇଂଜିନର ସୁବିଧା ଦେଉଛି । ଯାହାଦ୍ୱାରା ସୁବିଧା ଅନୁଯାୟୀ ଏହାର ଡିଷ୍ପ୍ଲେସମେଣ୍ଟକୁ ୮୬ ସିସି ପର୍ଯ୍ୟନ୍ତ ବଢାଯାଇପାରିବ । ଏହି ସ୍ୱତନ୍ତ୍ର ଧରଣର ବାଇକ ୭୫୦୦ ଆର୍ପିଏସ ଉପରେ ୧୦୨ଏଚପି ପାୱାର ଓ ୬୨୫୦ ଆର୍ପିଏସ ଉପରେ ୧୦୫ଏନଏମ ଟର୍କ ଜେନେରେଟ କରିବାର କ୍ଷମତା ରଖିଛି । ଅର୍ଥାତ ଦରକାର ସମୟରେ ଏହାର ପାୱାର ଆଉଟ ପୁଟରେ ବି ପରିବର୍ତ୍ତନ କରାଯାଇପାରିବ ।

– ଅନ୍ୟ ପକ୍ଷରେ ଇଲେକ୍ଟ୍ରୋନିକ ଫିଚର କଥା ଉଠିଲେ 2020 Africa Twinର ଏହି ବାଇକରେ  ଏକ୍ସଟରିଂ ୱିନର୍ସିୟାଲ ମେଜେରମେଣ୍ଟ ୟୁନିଟ, ବିଲି କଣ୍ଟ୍ରୋଲ, ରିୟଲ ଲିଫ୍ଟ ସମେତ ଅନ୍ୟାନ ସୁବିଧା ସୁଯୋଗ ବି ମିଳିପାରିବ । ଏଥିରେ ଥିବା ୬.୫ ଇଞ୍ଚର ଟିଏଫଟି ଡିଷ୍ପ୍ଲେ ଆପ୍ପଳ କାର ପ୍ଲେକୁ ସପୋର୍ଟ କରିପାରିବ ।

bike

-ଏଥିରେ ଆଡଭେଞ୍ଚର ସ୍ପୋର୍ଟ୍ସ ES ମଡେଲ ପରି ଅନ୍ୟ କେତେକ ଆଡିସିନାଲ ଫିଚର ବି ଉପଲବ୍ଧ ହୋଇଥାଏ । କମ୍ପାନୀ ନିଜ ଏହି ଆଫ୍ରିକା ଟ୍ୱିନକୁ କେବଳ ଡିସିଟି ଟ୍ରାନ୍ସମିଶନ ସହ ହିଁ ବିକିବ । ଆମେରିକା ବଜାରରେ ଏହାର ଦର ୧୪,୩୯୯ ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ୧୦.୩୩ ଲକ୍ଷ ଟଙ୍କା ରଖାଯିବ ବୋଲି ସ୍ଥିର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.