ନୂଆଦିଲ୍ଳୀ : ନିକଟରେ ଭାଇରାଲବ ହୋଇଛି କ୍ରିକେଟ ମୈଦାନରେ ଭାଙ୍ଗଡ଼ା କରୁଥିବାର ଏକ ଭିଡ଼ିଓ। ଭାରତୀୟ ଦର୍ଶକଙ୍କ ସହ ବିଦେଶୀ ଦର୍ଶକ ବି ଭାଙ୍ଗଡାରେ ଝୁମିଲେ । ଭାଙ୍ଗଡା ଷ୍ଟେପ୍ରେ ଏଣ୍ଟରଟେନ୍ କରୁଥିବା ଏହି ଖେଳାଳି ହେଉଛନ୍ତି ଟିମ୍ ଇଣ୍ଡିଆର ଓପନର ଶିଖର ଧଓ୍ଵନ । ଇଂଲଣ୍ଡର ଓଭାଲ୍ ଗ୍ରାଉଣ୍ଡରେ ତାଙ୍କ ଭାଙ୍ଗଡା ଏବେ ସୋସିଆସି ମିଡିଆ ଚାର୍ଟ ବଷ୍ଟରରେ ଜବରଦସ୍ତ ହିଟ୍ ହୋଇଛି । ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟେଷ୍ଟର ପ୍ରଥମ ଇନିଂସରେ ଏମିତି ବୋବାଲିଆ ଡ୍ୟାନ୍ସ କରିଛନ୍ତି ଶିଖର ଧଓ୍ଵନ । ଭାଙ୍ଗଡାର ବିଭିନ୍ନ ଷ୍ଟେପ୍ କରି ଦର୍ଶକଙ୍କୁ ଦେଖାଇଥିଲେ । ଆଉ ଗ୍ୟାଲେରୀରେ ବସିଥିବା ଦର୍ଶକ ବି ଧଓ୍ଵନଙ୍କ ଭାଙ୍ଗଡାର ଭରପୁର ମଜା ଉଠାଇଥିଲେ ।
କେବଳ ଦର୍ଶକ ନୁହନ୍ତି, କମେଣ୍ଟ୍ରି ବକ୍ସରେ ବସିଥିବା ହରଭଜନ ସିଂହ ବି ଧଓ୍ଵନଙ୍କୁ ଦେଖି ନିଜକୁ ରୋକି ପାରି ନଥିଲେ । ନିଜ ସିଟ୍ରେ ବସି ସେ ବି ଦେଖାଇଥିଲେ ପଞ୍ଜାବୀ ଭାଙ୍ଗଡା । ଶିଖର ଧଓ୍ଵନ ଓ ଭଜିଙ୍କ ଭାଙ୍ଗଡା ଦେଖି ଅନ୍ୟ ଭାଷ୍ୟକାର ହସି ହସି ବେଦମ ହୋଇଥିଲେ । ଇଂଲଣ୍ଡର ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଡେଭିଡ୍ ଲିୟଡ୍ ବି ଭଜିଙ୍କୁ ଅନୁକରଣ କରିଥିବା ଭିଡିଓ ଏବେ ସାମ୍ନାକୁ ଆସିଛି । କ୍ରିକେଟ ମୈଦାନର ଏହି ଭାଙ୍ଗିଡାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
Did you ever expect this? Watch Shikhar Dhawan doing Bhangra on the pitch during day 1 of the test match between India and England.
Stream here: https://t.co/GXk6XHGzhT #Epic70DayBattle #INDvENG #ClearHistory #WeLIVtoEntertain pic.twitter.com/cfeTFiq65m— SonyLIV (@SonyLIV) September 7, 2018