କରୋନା ଭାଇରସ ଏବେ ସବୁ ଉତ୍ସବ ହେଉ କିମ୍ବା ଇଭେଣ୍ଟରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଏବେ ଆଗକୁ ହେବାକୁ ଥିବା ଟୋକିଓ ଅଲମ୍ପିକ ମଧ୍ୟ ବାତିଲ ହେବ ବୋଲି ଖବର ରହିଛି। ଅର୍ନ୍ତରାଷ୍ଟ୍ରୀୟ ଅଲମ୍ପିକ କମିଟି ଟୋକିଓ ଅଲମ୍ପିକ ନିଜ ଧାର୍ଯ୍ୟ ସମୟରେ ହେବ ବୋଲି ବୟାନ ଦେଉଛି। ଏହା ମଧ୍ୟରେ ଜାପାନ ଅଲମ୍ପିକ କମିଟିର ସଦସ୍ୟ ବଡ ବୟାନ ଦେଇଛନ୍ତି, ଯାହା ମୁତାବକ, ଅଲମ୍ପିକ ଖେଳ ରଦ୍ଦ କରିବା ପରିବର୍ତ୍ତେ, ତାହାକୁ ଆଗାମୀ ବର୍ଷ ୨୦୨୨ ପାଇଁ ଘୁଞ୍ଚାଇ ଦିଆଯାଉ ବୋଲି କହୁଛନ୍ତି।
ଟୋକିଓ ଅଲମ୍ପିକରେ କରୋନା ଭାଇରସର ସଂକ୍ରମଣ ଖେଳ ଉପରେ ପ୍ରଭାବ ପକାଇବ। ତେଣୁ ଯଦି ଏହି ଖେଳକୁ ରଦ୍ଦ କରିଦିଆଯାଏ, ତେବେ ବହୁତ ବଡ କ୍ଷତି ହେବ। ୨୦୨୨ରେ ଶୀତକାଳିନ ଅଲମ୍ପିକ ଉପରେ ମଧ୍ୟ ଏହାର ପ୍ରଭାବ ପଡିପାରେ। ଟୋକିଓ ଅଲମ୍ପିକ ହେବ ନା ନାହିଁ ତା’ର ନିଷ୍ପତ୍ତି ଏପ୍ରିଲ ମାସରେ ଗମ୍ଭୀରତା ସହିତ ବିଚାର କରାଯିବ।
ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଯୋଗୁଁ ଦୁନିଆର ଲକ୍ଷ ଲକ୍ଷ ଲୋକ ସଂକ୍ରମିତ। ଏପର୍ଯ୍ୟନ୍ତ ଚାରି ହାଜର ଲୋକଙ୍କ ଜୀବନ ଯାଇସାରିଥିବା ବେଳେ ଅନେ ବଡ ବଡ ଟୁର୍ଣ୍ଣାମେଣ୍ଟ ମଧ୍ୟ ରଦ୍ଦ ଏବଂ ସ୍ଥଗିତ କରାଯାଇଛି। ଅଲମ୍ପିକ ଆସନ୍ତା ୨୪ରୁ ଆରମ୍ଭ ହୋଇ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ।