କଟା ମଣିଷର ହାତ ନେଇ ଘରେ ପହଞ୍ଚିଲା ଯୁବକ, ପତ୍ନୀକୁ ଦେଇ କହିଲା ‘ହୋଲିରେ ରାନ୍ଧେ’, ତା’ପରେ…

ହୋଲି ପାଇଁ ସବୁଆଡ଼େ ଉତ୍ସବର ମାହୋଲ ଲାଗି ରହିଥିବା ବେଳେ ଲୋକେ ବିଭିନ୍ନ ରକମରକର ବ୍ୟଞ୍ଜନ ରାନ୍ଧି ଖାଇଥିଲେ। କିନ୍ତୁ ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବ୍ୟକ୍ତି ଏହି ଦିନ ନିଜ ପତ୍ନୀଙ୍କୁ ଏକ ମଣିଷ ହାତ ଦେଇ ରାନ୍ଧିବାକୁ ବରାଦ ଦେଇଥିଲେ। କଟା ହାତ ଦେଖି ପତ୍ନୀଙ୍କ ହୋସ୍‌ ଉଡ଼ିଯାଇଥିଲା। ସେ ଏତେ ଡରିଯାଇଥିଲେ ଯେ ଘଟଣାସ୍ଥଳରେ ହିଁ ବେହୋସ୍‌ ହୋଇଯାଇଥିଲେ। ମହିଳାଙ୍କ ଚେତା ଫେରିବା ପରେ ସେ ଦେଖିଲେ ଯେ ସ୍ୱାମୀ ସେହି କଟା ହାତକୁ ରାନ୍ଧିବାକୁ ପ୍ରସ୍ତୁତି ଚଳାଇଛନ୍ତି।

hand

ଏହା ଦେଖି ପତ୍ନୀ ଜୋରରେ ଚିଲ୍ଲାଇବା ସହ ବାହାରକୁ ଆସିବା ସହ ସ୍ୱାମୀଙ୍କୁ ଘରେ ହିଁ ତାଲା ପକାଇଦେଇଥିଲେ। ସେ ପଡ଼ୋଶୀଙ୍କୁ ଏନେଇ ଜଣାଇଥିଲେ। ପଡ଼ୋଶୀ ସମ୍ପୃକ୍ତ ମହିଳାଙ୍କୁ ନେଇ ପୋଲିସ ନିକଟରେ ପହଞ୍ଚିଥିଲେ ଓ ସମ୍ପୂର୍ଣ୍ଣ ଘଟଣା ବଖାଣିଥିଲେ। ପୋଲିସର ସୂଚନା ମୁତାବକ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ସଞ୍ଜୟ ଓ ସେ ବିଜନୌରର ଟିକ୍କୋପୁର ଗାଁର ବାସିନ୍ଦା। ସଞ୍ଜୟ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଓ ହୋଲି ଦିନ ପ୍ରଚୁର ମଦ ପିଇଥିଲେ। ନିଶାସକ୍ତ ଅବସ୍ଥାରେ ସେ ନିକଟସ୍ଥ ମଶାଣିରୁ ସେ ଏକ ମଣିଷର ହାତ ଆଣି ଘରେ ରଖିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ବେଳେ ସଞ୍ଜୟଙ୍କ ଘରୁ ମଣିଷ ମାଂସ ପାଇଥିବା କହିଛି।

crime

ତେବେ ପୋଲିସ ସଞ୍ଜୟକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଚଳାଇଛି। କିଛି ଦିନ ତଳେ ସଞ୍ଜୟ ନିଜ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କ ପତ୍ନୀ କହିଛନ୍ତି। ଏହି ମାମଲାରେ ତାଙ୍କୁ ଜେଲ ମଧ୍ୟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.