ଟିକଟକ ଭିଡିଓ ବନାଇବା ପାଇଁ କରୁଥିଲେ ଏପରି କାମ..ଅକାଳରେ ଚାଲିଗଲା ପ୍ରାଣ

ଉତ୍ତରପ୍ରଦେଶରେ ଟିକଟକ ଭିଡିଓ ବନାଇବା ସମୟରେ ଜଣେ ନବବିବାହିତ ଯୁବକଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଯୁବକ ଜଣକ ଏକ ଚଳନ୍ତା ଟ୍ରାକ୍ଟର ଉପରେ ଷ୍ଟଣ୍ଟ କରିବା ସହିତ ଟିକଟକ ଭିଡିଓ ବନାଉଥିଲେ । ଠିକ ସେହି ସମୟରେ ଟ୍ରାକ୍ଟରଟି ଓଲଟିଯିବାରୁ ସେ ଗାଡି ତଳକୁ ଆସିଯାଇଥିଲା ଏବଂ ତାର ମୃତ୍ୟୁ ହୋଇଯାଇଥିଲା । ତେବେ ମୁଜାଫରନଗରରେ ୧୫ ଦିନ ମଧ୍ୟରେ ଏହା ହେଉଛି ଦ୍ଵିତୀୟ ଘଟଣା ଯେଉଁଠି ଟିକଟକ ଭିଡିଓ ବନାଉଥିବା ସମୟରେ ମୃତ୍ୟୁ ଘଟିଛି । ଏହା ପୂର୍ବରୁ ମଧ୍ୟ ଜଣେ ଯୁବକ ପୋଖରୀରେ ପଶି ଟିକଟକ ଭିଡିଓ ବନାଉଥିବା ସମୟରେ ବୁଡି ମରି ଯାଇଥିଲେ ।

ସୂଚନା ଅନୁଯାୟୀ ଖିନ୍ଦିଦିୟା ଗ୍ରାମର କପିଳ ନାମକ ଜଣେ ଯୁବକଙ୍କର ଦୁଇ ମାସ ତଳେ ବିବାହ ହୋଇଥିଲା । ତେବେ ଗତକାଲି ସେ ହୋଲିରେ ମସ୍ତି କରୁଥିବା ସମୟରେ ଟିକଟକ ଭିଡିଓ ବନାଉଥିଲେ । ସେ ଷ୍ଟଣ୍ଟ କରୁଥିବା ସମୟରେ ଅନ୍ୟଜଣେ ବ୍ୟକ୍ତି ତାକୁ ଫୋନରେ ରେକର୍ଡିଙ୍ଗ କରୁଥିଲେ ଏବଂ ସେହି ସମୟରେ ସେ ଟ୍ରାକ୍ଟରର ଷ୍ଟିୟରିଂ ଉପରୁ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । ଯେଉଁ କାରଣରୁ ଟ୍ରାକ୍ଟରଟି ତାଙ୍କ ଉପରେ ଓଲଟି ପଡିଥିଲା ।

Image result for up-muzaffarnagar-23-year-old-youth-killed-while-making-tiktok-video

ଗ୍ରାମବାସୀଙ୍କ କହିବା ଅନୁଯାୟୀ କପିଳ ଟ୍ରାକ୍ଟରର ଆଗରେ ଥିବା ଚକକୁ ଉଠାଇବା ପାଇଁ ଚେଷ୍ଟା କରୁଥିଲେ । ଠିକ ସେହି ସାମୟରେ ଗାଡିଟି ତାଙ୍କ ଉପରେ ଓଲଟି ପଡିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପରିବାରବର୍ଗ ପୋଲିସକୁ ନଜଣାଇ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.