ଇଟାଲୀରେ କରୋନା ଆତଙ୍କ: ଗୋଟିଏ ଦିନରେ ୨୫୦ଜଣଙ୍କ ମୃତ୍ୟୁ

କରୋନ ଭାଇରସ ମହାମାରୀ ଭଳି ସମସ୍ୟାର ସାମ୍ନା କରୁଥିବା ଇଟାଲୀରେ ଏହି ଭାଇରସ ସଂକ୍ରମଣ ଦ୍ୱାରା ଗତ ଶୁକ୍ରବାର ଦିନ ଅର୍ଥାତ ଗୋଟିଏ ଦିନରେ ୨୫୦ ଲୋକଙ୍କ ମୃତ୍ୟୁ ହୋଇଛି। ପୂର୍ବ ୨୪ ଘଣ୍ଟଟା ମଧ୍ୟରେ ଇଟାଲୀରେ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିଲା। ଯାହାଦ୍ୱାରା ମୃତକଙ୍କ ସମୁଦାୟ ସଂଖ୍ୟା ୧,୨୬୬ ହୋଇଛି। ଏଥିସହ ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲାର ସଂଖ୍ୟା ୧୭,୬୬୦ ହୋଇସାରିଛି।

୨୪ ଘଣ୍ଟାରେ ଫ୍ରାନ୍ସରେ ୧୮ ଜଣଙ୍କ ମୃତ୍ୟୁ

caronaୟୁରୋପିୟ ଦେଶ ଫ୍ରାନ୍ସରେ ଗତ ୨୪ ଘଣ୍ଟାରେ କରେନା ଭାଇରସ ସଂକ୍ରମଣ କାରଣରୁ ୧୮ ଜଣଙ୍କ ମୃତ୍ୟୁ ହେବା କାରଣରୁ ସେହି ଦେଶରେ ମୃତକଙ୍କ ସଂଖ୍ୟା ୭୯ରେ ପହଞ୍ଚିସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରୀ ଓଲିଓ୍ଵର େଓ୍ଵରନ ଗତ ଶୁକ୍ରବାର ଦିନ ନିଜେ ଏହି ସୂଚନା ଜାରି କରିଛନ୍ତି। ଏହା ମଧ୍ୟରେ ଲଣ୍ଡନରେ ପ୍ରକାଶିତ ସୂଚନା ଅନୁଯାୟୀ କରୋନା ଭାଇରସରୁ ବଢୁଥିବା ଭୟକୁ ଦେଖି ଲଣ୍ଡନ ମାରାଥନ୍‌କୁ ୪ ଅକ୍ଟୋବର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାରି କଲେ ୫୦ ଶତ କୋଟି ଡଲାରର ଫଣ୍ଡ

PRCରାଷ୍ଟ୍ରପତି ଟ୍ରମ୍ପ ଦେଶରେ କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ୫୦ ଶତକୋଟିର ଫଣ୍ଡ ଜାରି କରିଛନ୍ତି। ଏଥିସହ ରାଷ୍ଟ୍ରପତି ଆମେରିକାର ସମସ୍ତ ରାଜ୍ୟ କରୋସନା ଭାଇରସ କବଳରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ଜରୁରୀକାଳିନ ସେଣ୍ଟର ସ୍ଥାପନା କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି। ସୂଚନା ମୁତାବକ ବର୍ତ୍ତମାନ ଆମେରିକାରେ କୋରନା ଭାଇରସର ୧,୭୦୧ଟି ଘଟଣା ସାମ୍ନାକୁ ଆସିସାରିଛି ଏବଂ ୪୦ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏଥିସହ ବିଶ୍ୱରେ ୧,୩୪,୩୦୦ରୁ ଅଧିକ ଲୋକ ଏହି ଭାଇରସରେ ସଂକ୍ରମିତ ଅଛନ୍ତି। ଏହି ଭାଇରସ କାରଣରୁ ଭାରତରେ ମଧ୍ୟ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଏତିସହ ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୨ ପର୍ଯ୍ୟନ୍ତ ପହଞ୍ଚି ସାରିଛି।

Leave A Reply

Your email address will not be published.