ଘର ଛାତର ଡିଜାଇନ୍‌ ଏହି ପ୍ରକାରର ଥିଲେ ତୁରନ୍ତ ବଦଳାନ୍ତୁ, ନଚେତ୍‌ ହୋଇଯିବେ ବରବାଦ

ବର୍ତ୍ତମାନ ଲୋକମାନେ ନୂଆ ନୂଆ ଇଞ୍ଜିନିୟରିଂ ଟେକ୍ନିକ୍‌ ବ୍ୟବହାର କରି ଘର ତିଆରି କରୁଥିବା ଦେଖାଯାଉଛି। ସମସ୍ତେ ଅନ୍ୟମାନଙ୍କ ଠାରୁ କିଛି ନୂଆ ତଥା ହଟ୍‌କେ କରିବାକୁ ଚାହୁଁଛନ୍ତି। ଏଣୁ ଘରର ଆମୂଳଚୂଳ ନକ୍ସା ବଦଳାଇ ଦେଉଛନ୍ତି। ତେବେ ଘରର ଛାତ ଯୋଗୁ ଘରକୁ ଏକ ନୂଆ ଲୁକ୍‌ ମିଳିଥାଏ। ଏଣୁ ଲୋକମାନେ ପରିବେଶ ମୁତାବକ ଘରର ଛାତ ତିଆରି କରିଥାନ୍ତି। ଯେମିତିକି ବର୍ଷା ହେଉଥିବା ସ୍ଥାନରେ ଗଡ଼ାଣିଆ ଛାତ, ବରଫପାତ ହେଉଥିବା ସ୍ଥାନରେ ସାମାନ୍ୟ ନୂଆଁଣିଆ ଛାତ ଇତ୍ୟାଦି। ତେବେ ଘରର ଛାତ କେଉଁ ପ୍ରକାରର ତାହା ଉପରେ ଆପଣଙ୍କ ଭାଗ୍ୟ ନିର୍ଭର କରୁଛି। ଆସନ୍ତୁ ଜାଣିବା ଛାତକୁ ନେଇ କ’ଣ ରହିଛି ନିୟମ…

roof-designs

  • ଲାଲ କିତାବ ଅନୁସାରେ ଜାତକର ୧୨ ନମ୍ବର ସ୍ଥାନ ଘରର ଛାତକୁ ବୁଝାଏ। ଘରର ଛାତକୁ ଭଲ ରଖିଲେ ୧୨ ତମ ସ୍ଥାନ ଭଲ ରହିଥାଏ ବୋଲି ବିଶ୍ୱାସ ରହିଛି। ନଚେତ୍‌ ରୋଗ ଓ ଶୋକ ଦେଖାଦେଇପାରେ।
  • ଘରର ଛାତର ଉତ୍ତର-ପୂର୍ବରୁ ଦକ୍ଷିଣ-ପଶ୍ଚିମ ଆଡ଼କୁ ନୁଆଁଣିଆ ରହିବା ଦ୍ୱାରା ଆର୍ଥିକ ସଙ୍କଟ ଦେଖାଦିଏ। ଏଥିପାଇଁ କୌଣସି ବାସ୍ତୁ ଶାସ୍ତ୍ରବିତ୍‌ଙ୍କ ପରାମର୍ଶ ନେଇ ଗଡ଼ାଣିଆ କେଉଁ ପଟକୁ କରିବା ଉଚିତ ତାହା ପଚାରି ବୁଝନ୍ତୁ।

roof

  • ଘରର ଛାତରେ ଆଲୋକ ପାଇଁ କୌଣସି ଫାଙ୍କା ଜାଗା ଛାଡ଼ନ୍ତୁ ନାହିଁ। ଆଜିକାଲି ଲୋକମାନେ ଘରକୁ ଆଲୋକ ଆସିବା ପାଇଁ ଜାଗା ଛାଡ଼ୁଛନ୍ତି। ଶାସ୍ତ୍ର ଅନୁସାରେ ଏଭଳି ସ୍ଥାନ ଛାଡ଼ିବା ଦ୍ୱାରା ଘରର ଲୋକଙ୍କର ଶାରୀରିକ ଓ ମାନସିକ ସ୍ଥିତି ଉପରେ କୁପ୍ରଭାବ ପଡ଼ିଥାଏ।
    ତେରଛା ଛାତ ତିଆରି କରନ୍ତୁ ନାହିଁ। ତେରଛା ଡିଜାଇନ୍‌ର ଛାତ କରିବା ଦ୍ୱାରା ଡିପ୍ରେସନ୍‌ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ।
  • ଘରର ଛାତକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ। ଛାତ ଅପରିଷ୍କାର ରହିଲେ ଘରେ ନକାରାତ୍ମକ ଶକ୍ତି ଅଧିକ ସକ୍ରିୟ ରହିଥାଏ, ଫଳରେ ଘରେ ରହୁଥିବା ଲୋକଙ୍କ ଚିନ୍ତାଧାରା ମଧ୍ୟ ନକାରାତ୍ମକ ହୋଇଯାଏ।
  • ଘର ଛାତ ଉପରେ ପାଣି ଟାଙ୍କିକୁ ସବୁବେଳେ ଦକ୍ଷିଣ-ପଶ୍ଚିମ ଅର୍ଥାତ୍‌ ନୈଋତ୍ୟ କୋଣରେ ତିଆରି କରିବା ଉଚିତ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.