କରୋନା ଭାଇରସ୍ ସହ ସବୁ ଦେଶ ଏବେ ଲଢ଼େଇ କରୁଛନ୍ତି। ଏହି ଭାଇରସ୍ରୁ ନିଜକୁ ମୁକ୍ତ କରିବାକୁ ଘରଠୁ ଆରମ୍ଭ କରି ବାହାର ଯାଏଁ ସବୁ ଜିନିଷକୁ ସଫାସୁତୁରା କରାଯାଉଛି। ତେବେ ସହରକୁ ପରିଷ୍କାର ରଖିବା ପାଇଁ ଏବେ ମଧ୍ୟପ୍ରଦେଶର ସରକାର ମଧ୍ୟ ଅଣ୍ଟା ଭିଡ଼ିଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋର ସହରକୁ ସାନିଟାଇଜ୍ କରିବା ପାଇଁ ଏଠାକାର ଅଧିକାରୀ ଏକ ନିଆରା ଉପାୟ ଆପଣାଇଛନ୍ତି।
ଇନ୍ଦୋରକୁ ଡ୍ରୋନ୍ ସାହାଯ୍ୟରେ ସାନିଟାଇଜ କରାଯାଉଥିବା ଦେଖାଯାଇଛି। ଇନ୍ଦୋର ନଗର ନିଗମ କେତେକ ପ୍ରମୁଖ ସ୍ଥାନରେ ଡ୍ରୋନ୍ ସାହାଯ୍ୟରେ ଔଷଧ ଛିଞ୍ଚାଯାଉଛି। ଏହି ଡ୍ରୋନ୍ରେ ୨୦ ଲିଟର ଲିକ୍ୱିଡ୍ ଡିସ୍ଇନ୍ଫେକସନ୍ ନିଆଯାଇପାରିବ ବୋଲି ନିଗମ କର୍ତ୍ତୃପକ୍ଷ କହିଛନ୍ତି। ଏହି ଡ୍ରୋନ୍ ଅଧଘଣ୍ଟା ମଧ୍ୟରେ ୧୦ କିଲୋମିଟର ଅଞ୍ଚଳ ପରିସରରେ ଔଷଧ ସ୍ପ୍ରେ କରିପାରିବ ବୋଲି ଜଣାଯାଇଛି।
ଇନ୍ଦୋର ନଗର ନିଗମ ଜୈବିକ ଓ ରାସାୟନିକ ସାନିଟାଇଜରକୁ ମିଶାଇ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ହୋଇଛି। ଏହି ଡ୍ରୋନ୍ ମାଧ୍ୟମରେ କେତେକ ସ୍ୱତନ୍ତ୍ର ସ୍ଥାନରେ ସିଞ୍ଚନ କରାଯିବ। ଅଧିକାରୀଙ୍କ କହିବାନୁସାରେ ଏହି ସାନିଟାଇଜର ଜୈବିକ ଓ ମଣିଷଙ୍କୁ କୌଣସି ବିପଦ ନାହିଁ।