୧୩୦ କୋଟି ଜନତା କରୋନାକୁ ୨୧ ଦିନରେ ହରାଇ ପାରିବେ, ବାରଣାସୀବାସୀଙ୍କୁ ଉଦ୍‌ବୋଧନ ଦେଇ ଏହା କହିଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ):  ୨୧ ଦିନ ଲକ୍‌ ଡାଉନ୍‌ର ଆଜି ଥିଲା ପ୍ରଥମ ଦିନ। ଦେଶର ପୁରା ଠପ୍‌। ଲୋକେ କେବଳ ଆବଶ୍ୟକୀୟ ସମାଗ୍ରୀ ନେବାକୁ ପଦାକୁ ଆସିଥିଲେ। ଅଧିକାଂଶ ଦୋକାନ ଆଗରୋ ଲୋକଙ୍କ ଭିଡ ଥିଲା। ଲୋକେ ସାମାଜିକ ଦୂରତା ରକ୍ଷା କରି ଠିଆ ହୋଇଥିଲେ। ଲକ୍‌ ଡାଉନ ସମୟରେ ଲୋକଙ୍କୁ ଜରୁରୀ ସାମଗ୍ରୀ ଯୋଗାଇବା ବଡ଼ ଚ୍ୟାଲେଞ୍ଜ ହେବ। ଲକ୍‌ ଡାଉନ ଘୋଷଣା ପରେ ଆଜି ପ୍ରଧାନମନ୍ତ୍ରୀ ବାରଣାସୀ ବାସୀଙ୍କ ସହ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଥା ହୋଇଥିଲେ। କହିଥିଲେ, ମହାଭାରତରେ ୧୮ ଦିନରେ ବିଜୟ ହୋଇଥିଲା। କରୋନା ବିରୋଧ ଯୁଦ୍ଧ ୨୧ ଦିନରେ ଜିତି ହେବ।

modi1

କରୋନା ମୁକାବିଲା ନେଇ ସମସ୍ତେ ବ୍ୟସ୍ତ। ଲକ୍‌ ଡାଉନ୍‌ରେ ରହିଛି ଶହେ କୋଟିରୁ ଅଧିକ ନାଗରିକ। ଶିଳ୍ପାନୁଷ୍ଠାନ ବନ୍ଦ । କାରବାର ଠପ୍‌। ଆଗକୁ ପଡିବ ଅର୍ଥନୈତିକ ପ୍ରଭାବ। ମାନ୍ଦାବସ୍ଥାର ମାଡ଼ ସହିବାକୁ ପଡିବ। ଏହାକୁ ଦୃଷ୍ଟିରେ ରଖି ସରକାର ଏକ ଅର୍ଥନୈତିକ ପ୍ୟାକେଜ ନେଇ ଯୋଜନା କରୁଥିବା ଜଣା ପଡିଛି। ପ୍ରାୟ ଦେଢ଼ରୁ ୨ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇ ପାରେ।

Leave A Reply

Your email address will not be published.