COVID-19 ପାଇଁ ଓଡିଶା ପ୍ରଦେଶ କଂଗ୍ରେସ ଖୋଲିଲା କଣ୍ଟ୍ରୋଲ ରୁମ, ଲକଡାଉନ ସମୟରେ କେହି ଅସୁବିଧାରେ ପଡିଲେ ରାଜ୍ୟ ପିସିସି କରିବ ସହାୟତା

ଭୁବନେଶ୍ୱର(କେନ୍ୟୁଜ): ବର୍ତ୍ତମାନ ଦେଶରେ କୋରୋନା ଭାଇରସ( COVID-19) ଏକ ସାଙ୍ଘାତିକ ମହାମାରୀ ଆକାରରେ ଦେଖାଦେଇଛି। ତେଣୁ ଏ ମହାମାରୀକୁ ପ୍ରତିହତ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି (ଏଆଈସିସି) ର ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଏକ କଣ୍ଟ୍ରୋଲ ରୁମ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏଥି ନିମନ୍ତେ ଏକ ୧୩ ଜଣିଆ କମିଟି ଘୋଷଣା କରାଯାଇଛି ।ଏହି ୧୩ ଜଣିଆ କମିଟିରେ ସର୍ବଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଚିନ୍ମୟ ସୁନ୍ଦର ଦାସ,ରଜନୀ କୁମାର ମହାନ୍ତି,ମାନସ ଆଚାର୍ଯ୍ୟ,ଲିଙ୍ଗରାଜ ସାହୂ,ତରୁଣ ମିଶ୍ର,କୈଳାଶ ସାହୂ,ଦୀପକ କୁମାର ମହାପାତ୍ର,ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର,ଜୟକୃଷ୍ଣ ମଲିଆ,ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ସଭ୍ୟ ଭାବେ ଅଛନ୍ତି।

niranjan pattnaik

ଏହି କଣ୍ଟ୍ରୋଲ ରୁମ ଆଜିଠାରୁ ଲକଡାଉନ ଶେଷ ପର୍ଯ୍ୟନ୍ତ ପ୍ରତିଦିନ ସକାଳ ୯ଟାରୁ ରାତି ୯ପର୍ଯ୍ୟନ୍ତ ଖୋଲାରହିବ।  କେହି ଯଦି ଲକଡାଉନ ସମୟରେ କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ରାଜ୍ୟ କଂଗ୍ରେସ କାର୍ୟଳୟ ବା କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ବର ୦୬୭୪-୨୫୩୫୫୭୭ ରେ ଯୋଗାଯୋଗ କରିବାକୁ ଶ୍ରୀଯୁକ୍ତ ପଟ୍ଟନାୟକ ନିବେଦନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.