କରୋନା ମହାମାରୀକୁ ନେଇ ୬ ମାସ ପୂର୍ବରୁ ସୂଚନା ଦେଇଥିଲେ ଏହି ଭାରତୀୟ ବାଳକ, ତାସହିତ ଦେଇଥିଲେ କିଛି ଚେତାବନୀ..ଦେଖନ୍ତୁ ଭିଡିଓ
କରୋନା କବଳରେ ଏବେ ସାରା ବିଶ୍ଵ । ଏହି ମହାମାରୀରୁ ବଂଚିବା ପାଇଁ ସାରା ଦୁନିଆ ଏବେ ଲାଗି ପଡିଛି । ତେବେ ଏହା ମଧ୍ୟରେ ଜଣେ ବିସ୍ମୟ ବାଳକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓକୁ ବାଳକ ଜଣକ ୨୦୧୯ ଅଗଷ୍ଟରେ ପ୍ରସ୍ତୁତ କରିଥିଲେ କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟର କଥା ଯେ ଏହି ଭିଡିଓରେ ସେ ଯେଉଁ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏବେ ସତ ହୋଇଛି । ଭିଡିଓରେ ବାଳକ ଜଣକ ଜ୍ୟୋତିଷଶାସ୍ତ୍ର ପଢିଥିବା ଦାବି କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ଵ ଅନେକ ପ୍ରକାରର ଗୁରୁତର ସମସ୍ୟାର ସମ୍ମୁଖୀନ ହେବ।
video courtesy “conscience”
ବାଳକଙ୍କ କହିବା ଅନୁଯାୟୀ ୨୦୨୦ରେ ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ଓ ତିକ୍ତତା ବଢିବ ଯାହାକି ସତରେ ପରିଣତ ହୋଇଛି ଏବଂ ଇରାନର ମୁଖ୍ୟ ଜେନେରାଲ କାସିମ ସୁଲେମାନିଙ୍କୁ ଆମେରିକା ଡ୍ରୋନ ଜରିଆରେ ନିପାତ କରିଛି । ଯାହା ଦ୍ଵାରା ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମରେ ପହଞ୍ଚିବା ସହିତ ଛାୟା ଯୁଦ୍ଧ ମଧ୍ୟ ଦେଖିବାକୁ ମିଳିଛି । ଏହା ସହିତ ବାଳକ ଭବିଷ୍ୟତବାଣୀ କରିଥିଲେ ଯେ ୨୦୨୦ରେ ଚୀନ ଗୁରୁତର ସମସ୍ୟାର ସମ୍ମୁଖୀନ ହେବ ଯାହାକି ଏବେ ପ୍ରମାଣିତ । ଚୀନରୁ ଉତ୍ପନ କରୋନା ଭାଇରସ୍ ସମଗ୍ର ବିଶ୍ଵରେ ଆତଙ୍କ ଖେଳାଇଛି । ଏହାସହିତ ସେ କହିଥିଲେ ଯେ, ୨୦୨୦ରେ ବିଶ୍ଵରେ ଜୈବିକ ଅସ୍ତ୍ର ଜରିଆରେ ଲଢେଇ ହୋଇପାରେ । ଲୋକେ ଏବେ କହିବା ଆରମ୍ଭ କଲେଣି ଯେ, ଚୀନ ବିଶ୍ଵରେ ନିଜର ଆଧିପତ୍ୟ ବିସ୍ତାର ପାଇଁ କରୋନା ନାମକ ଜୈବିକ ଅସ୍ତ୍ର ପ୍ରୟୋଗ କରିଛି ।
ତେବେ ଏହିସବୁ ପରେ ୨୦୨୦ରେ ଅଟୋମୋବାଇଲ ଏବଂ ବିମାନ ଶିଳ୍ପ ସାଙ୍ଘାତିକ ଭାବେ ପ୍ରଭାବିତ ହେବ । ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ୨୦୨୦ ଏପ୍ରିଲ ଶେଷ ଆଡକୁ ସମସ୍ୟା ଧିରେ ଧିରେ ହ୍ରାସ ପାଇବ ଏବଂ ଚୀନ ଉପରେ ପରମାଣୁ ଆକ୍ରମଣ ହୋଇପାରେ ବୋଲି ଉକ୍ତ ବାଳକ ଜଣକ ଚେତାବନୀ ମଧ୍ୟ ଦେଇଥିଲେ । ସୂଚନା ଅନୁଯାୟୀ ପ୍ରାଚୀନ ଫ୍ରାନସିସ ନୋଷ୍ଟ୍ରାଦମସ ମଧ୍ୟ ନିଜ ଭଵିଷ୍ୟଵାଣୀରେ କରୋନା ଭାଇରସ୍ ପ୍ରକୋପ ବିଷୟରେ ସୂଚନା ଦେଇଥିଲେ ।