କରୋନାକୁ ନେଇ ଯାଜପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ଅଭିନବ ପ୍ରୟାସ, ଗାଁ ଗାଁ ବୁଲି ଗୀତ ଗାଇ ଲୋକଙ୍କୁ କଲେ ସଚେତନ

ଯାଜପୁର(କେନ୍ୟୁଜ): ଅଭିନବ ଢଙ୍ଗରେ ଗୀତ ଗାଇ କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନତା। କରୋନାକୁ ନେଇ ସବୁଠି ଆତଙ୍କ ଓ ଭୟର ବାତାବରଣ ଥିବା ବେଳେ ଯାଜପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଗାଁ ଗାଁ ବୁଲି ଲୋକମାନଙ୍କୁ ସଚେତନ କରାଯାଉଛି। ସ୍ଥାନୀୟ କବାଟବନ୍ଧ ନିକଟ ରାଇଛନ୍ଦା ଗ୍ରାମର ଛାତ୍ରୀ ବର୍ଷାରାଣୀ ପ୍ରଧାନ ନାଗରିକ ମଂଚର କର୍ମକର୍ତ୍ତାଙ୍କ ସହ ମିଶି ନିଜ ସ୍ୱରଚିତ ଲେଖାକୁ ସଙ୍ଗୀତ ଜରିଆରେ ଲୋକମାନଙ୍କୁ ସଚେତନ କରାଉଛନ୍ତି। ହାଏ କରୋନା ଲୋକଙ୍କ ଜୀବନ ସାଥେ ଆଉ ଖେଳେନା।

Leave A Reply

Your email address will not be published.