କରୋନା ଛଡେଇ ନେଉଛି ଓଡ଼ିଶାର ଖୁସି , କାକଟପୁର ମଙ୍ଗଳା ମନ୍ଦିର ବେଢାରେ ଭକ୍ତଙ୍କ ବିନା ଚାଲିଲା ମା’ଙ୍କ କାଳିକା ନୃତ୍ୟ

କାକଟପୁର(କେନ୍ୟୁଜ): କାକଟପୁର ବାସିନୀ ମା ଙ୍କ ଚାଲିଛି ଚୈତ୍ର ମାସ ପାଳି ଯାତ୍ରା । Covid-୧୯ ର ପ୍ରଭାବରେ ଆଉ ୨୧ ଦିନିଆ ତାଲାବନ୍ଦ ଚାଲିଥିବାରୁ ଭକ୍ତ ସବୁ ଆସୁନ।ହାନ୍ତି । ମନ୍ଦିର ରେ ପାରମ୍ପରିକ ନୀତି ସବୁ ଚାଲିଛି । କିନ୍ତୁ ମାଙ୍କ ଝାମୁଯାତ୍ରା ସମୟରେ ମାଙ୍କ ଚଳନ୍ତି ପ୍ରତିମା କାଳିକା ମା’ଙ୍କ ଆଜ୍ଞା ମାଳ ନେଇ ମନ୍ଦିର ବେଢାରେ କାଳିକା ନୃତ୍ୟ କରିବାର ପରମ୍ପରା ରହିଛି । Covid-୧୯ ପାଇଁ ୨୧ ଦିନିଆ ତାଲାବନ୍ଦ ଚାଲିଥିବାରୁ ଗତକାଲି ବିଳମ୍ବିତ ରାତ୍ରିରେ ମାଜିଷ୍ଟ୍ରେଟ ଆଉ ପୋଲିସ ଉପସ୍ଥିତିରେ କାଳିକା ନୃତ୍ୟ କରାଯାଇଥିଲା ।
MANGFALA-3
କରୋନା ପାଇଁ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୟୁ ଦିଆଯାଇଥିବାବେଳେ ତାହା କିପରି ଠିକ ଭାବେ ପାଳନ କରାଯିବ ସେଥିପାଇଁ ତଦାରଖ କରିଥିଲେ କାକଟପୁର ମାଜିଷ୍ଟ୍ରେଟ ରୋଜିନା ଦାସ । ଏହି ନୃତ୍ୟ ଦେଖିବାକୁ ବିଗତ ଦିନରେ ହଜାରହଜାର ଭକ୍ତଙ୍କ ସମାଗମ ହେଉଥିବାବେଳେ ଚଳିତ ବର୍ଷ Covid-୧୯ର ପ୍ରଭାବ ଏହି କାଳିକା ନୃତ୍ୟ ଉପରେ ପଡିଛି । ଭକ୍ତ ଙ୍କ ବିନା କେତେକ ସେବାୟତଙ୍କୁ ନେଇ ଏହି ପାରମ୍ପରିକ ନୃତ୍ୟ ଚାଲିଥିଲା । ପରମ୍ପରା କୁହେ ମାଙ୍କ ସେବକ କାଳିଙ୍କ ମୁଖା ପିନ୍ଧିବା ପରେ ମା ମଙ୍ଗଳା କୁଆଡେ ଏହି କାଳିକା ଦେହରେ ସବାର ହେବାପରେ ସେ ମନ୍ଦିର ବେଢାରେ ନୃତ୍ୟ କରିଥାଏ । ଏହି ସମୟରେ କାଳିକା ମା ମଙ୍ଗଳାଙ୍କ ଚଳନ୍ତି ପ୍ରତିମା ବୋଲି ବିଶ୍ଵାସ କରି ଭକ୍ତ ମାନେ ମୁଣ୍ଡିଆ ମାରିଥାନ୍ତି । କିନ୍ତୁ ଆଜି ଏମିତି ସମୟ ଆଶିଛି ଭକ୍ତଙ୍କ ବିନା ମା’ଙ୍କ ନୀତି ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.