ତ୍ୱଚାରେ ଗୋରାପଣ ସହ ଉଜ୍ବଳତା ଚାହୁଁଛନ୍ତି କି? ତେବେ ଘରେ ଖୁବ କମ ସମୟରେ ପ୍ରସ୍ତୁତ କରନ୍ତୁ ଅଟା ଫେସମାସ୍କ

ଗହମ ଅଟା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଅତ୍ୟନ୍ତ ଲାଭକାରୀ ହୋଇଥାଏ। ଅଟାରେ ତିଆରି ଫେସପ୍ୟାକରେ ଆପଣ ବହୁତ କମ ଖର୍ଚ୍ଚରେ ଗୋରା ଏବଂ ଉଜ୍ବଳ ତ୍ୱଚା ପାଇଁ ପାରିବେ। ଅଟାରେ ପ୍ରଚୁର ମାତ୍ରାରେ ଭିଟାମିନ ଏବଂ ପୋଷକତତ୍ତ୍ୱ ରହିଥାଏ ଯାହା ତ୍ୱଚାର ମୃତ କୋଶିକାକୁ ପୁର୍ନଜୀବିତ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ଉଜ୍ବଳ ତ୍ୱଚା ପାଇଁ କିପରି ପ୍ରସ୍ତୁତ କରିବେ ଫେସମାସ୍କ।

Get Glowing Skin Instantly With These Wheat Flour Face Packs

ଗହମରେ ପ୍ରଚୁର ମାତ୍ରାରେ ଫାଇବର ରହିଥାଏ, ଯାହା ଶରୀରକୁ ହାନିକାରକ ବିଷାକ୍ତ ପଦାର୍ଥରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ଗହମରେ ଥିବା ଜିଙ୍କ ଏବଂ ଭିଟାମିନ-ଇ ତ୍ୱଚାକୁ ସୁସ୍ଥ, ସୁନ୍ଦର ଓ ଚମକଦାର କରିଥାଏ।

ପ୍ରସ୍ତୁତି ପ୍ରଣାଳୀ:

୪ ଚାମଚ ଅଟା, ୨ ଚାମଚ କ୍ଷୀର, ୨ ଚାମଚ ଗୋଲାପଜଳ ଏବଂ ୨ ଚାମଚ ମହୁ ନିଅନ୍ତୁ। ଏବେ ଏହିସବୁ ଜିନିଷକୁ ଏକ ପାତ୍ରରେ ଭଲଭାବେ ମିକ୍ସ କରିଦିଅନ୍ତୁ। ପରେ ଏହି ମିଶ୍ରଣକୁ ମୁହଁରେ ଲଗାଇ କିଛି ସମୟ ଶୁଖିବା ପାଇଁ ଛାଡିଦିଅନ୍ତୁ। ଶୁଖିଯିବା ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ। ଦେଖିବେ ଖୁବ କମ ଦିନରେ ଆପଣ ତ୍ୱଚାରେ ଉଜ୍ବଳତାର ଫରକ୍ ଅନୁଭବ କରିପାରିବେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.