ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ, ଧାର୍ଯ୍ୟ ଲକ୍ଷ ଠାରୁ ଅଧିକ ରାଜସ୍ୱ ଆଦାୟ କରି ସୃଷ୍ଟିକଲା ରେକର୍ଡ

ଯାଜପୁର (କେନ୍ୟୁଜ୍‌): କରୋନା ପ୍ରଭାବରେ ପ୍ରଭାବିତ ହୋଇନାହିଁ ରାଜସ୍ୱ ବିଭାଗ । ରାଜସ୍ୱ ଆଦାୟ କ୍ଷେତ୍ରରେ ଧର୍ମଶାଳା ତହସିଲ ଯାଜପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଲକ୍ଷଧାର୍ଯ୍ୟ ଠାରୁ ଅଧିକ ରାଜସ୍ୱ ଆଦାୟ କରି ରେକର୍ଡ ସୃଷ୍ଟି କରିଛି । ଚଳିତ ବର୍ଷ ଧର୍ମଶାଳା ତହସିଲକୁ ୧୪କୋଟି ୮୬ଲକ୍ଷ ୪୬ହଜାର ଟଙ୍କା ରାଜସ୍ୱ ଆଦାୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଲକ୍ଷଧାର୍ଯ୍ୟ ଦିଆଯାଇଥିଲା । ତେବେ ଏହି
ତହସିଲ କାର୍ଯ୍ୟାଳୟ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧୬କୋଟି ୪୦ଲକ୍ଷ ୩ହଜାର ୧୨୬ଟଙ୍କା ରାଜସ୍ୱ ଆଦାୟ କରି ଯାଜପୁର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛି ।

dharamasala 1

ସୂଚନା ମୁତାବକ, ଏହି ତହସିଲର ୮୪ଟି ଲଘୁ ଖଣିଜ ଉତ୍ସ ମଧ୍ୟରୁ ୪୭ଟିକୁ ତହସିଲ ପ୍ରଶାସନ ପକ୍ଷରୁ ନିଲାମ ଦିଆଯାଇଛି । ବିଭିନ୍ନ ସମୟରେ ଅଣଲିଜ୍ ଖାଦାନ ଗୁଡିକରୁ ବେଆଇନ ଭାବେ ଉତ୍ତୋଳନ କରାଯାଉ ଥିବାରୁ ତହସିଲ ପକ୍ଷରୁ ଚଢାଉ କରାଯାଇ ୫କୋଟି ୬୩ଲକ୍ଷ ୫୭ହଜାର ୫୯ଟଙ୍କା ଜରିମାନା ଆଦାୟ କରାଯାଇଛି । ଯାହାକି ରାଜସ୍ୱ ଆଦାୟ କ୍ଷେତ୍ରରେ ବେଶ୍ ସହାୟକ ହୋଇପାରିଥିବା ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ବିଭିନ୍ନ ସମୟରେ ହୋଇଥିବା ଚଢାଉରେ ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଶୀତଲ ଅଗ୍ରୱାଲ, ଧର୍ମଶାଳା ପୋଲିସ, ଜେନାପୁର ପୋଲିସ ଓ ରାଜସ୍ୱ ନୀରୀକ୍ଷକଙ୍କ ସହଯୋଗ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.