ଆଜି ଚିତ୍ର ମାସ ଶୁକ୍ଳପକ୍ଷ ଏକାଦଶୀ। ଏହି ଏକାଦଶୀକୁ କାମଦା ଏକାଦଶୀ କୁହାଯାଏ। ଆଜିର ଦିନରେ ଭଗବାନ ବିଷ୍ଣୁଙ୍କ ବିଶେଷ ପୂଜା ଏବଂ ଉପବାସ କରାଯାଇଥାଏ। ଏଥିସହ ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ସହ ତୁଳସୀ ବୃକ୍ଷ ପୂଜା କରିବାର ପରମ୍ପରା ମଧ୍ୟ ରହିଛି। ଭଗବାନଙ୍କ ପାଖରେ ଭୋଗ କରିବା ସମୟରେ ମଧ୍ୟ ତୁଳସୀ ବ୍ୟବହାର କରିବା ଜରୁରୀ। ଆଜି ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଲଗାଇ ମନ୍ତ୍ର ଜପ କରନ୍ତୁ। ଧ୍ୟାନ ରଖନ୍ତୁ ସନ୍ଧ୍ୟା ପରେ ତୁଳସୀ ଗଛରେ ପାଣି ନଦେବା ସହ ତୁଳସୀକୁ ସ୍ପର୍ଶ ମଧ୍ୟ ଯେପରି ନକରନ୍ତି।
ଜାଣନ୍ତୁ କିପରି କରିବେ ତୁଳସୀ ପୂଜା:
ସୂର୍ୟ୍ୟାସ୍ତ ପରେ ସ୍ନାନ ସାରି ତୁଳସୀ ଗଛ ମୂଳେ ପୂଜା କରନ୍ତୁ। ଏହାପରେ ମା ବୃନ୍ଦାବତୀଙ୍କୁ ଫୁଲ, ଫଳ ଏବଂ ନାଲି ରଙ୍ଗର ବସ୍ତ୍ର ଅର୍ପଣ କରନ୍ତୁ। ତୁଳସୀଙ୍କ ସାମ୍ନାରେ ବସି ତୁଳସୀ ମାଳିରେ ୧୦୮ ଥର ତୁଳସୀ ନାମାଷ୍ଟକ ମନ୍ତ୍ର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ।