ପାଟି ଦୁର୍ଗନ୍ଧ ଲାଗି ଲଜ୍ଜିତ ହେଉଛନ୍ତି କି? ତେବେ ଆପଣାନ୍ତୁ ଏହି ଉପାୟ

ଅନେକ ସମୟରେ ୨ଥର ବ୍ରଶ କରିବା ପରେ ମଧ୍ୟ ଲୋକଙ୍କର ନିଶ୍ବାସ ନେଲାବେଳେ ଅଜବ ପ୍ରକାରର ଦୁର୍ଗନ୍ଧ ବାହାରିଥାଏ। ପାଟି ଦୁର୍ଗନ୍ଧ ହେବା କାରଣରୁ ଆପଣଙ୍କୁ ଲୋକଙ୍କ ସାମନାରେ ଲଜ୍ଜିତ ହେବାକୁ ପଡିଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବାକୁ ଯାଉଛୁ ଯାହାର ବ୍ୟବହାର ଦ୍ବାରା ନିଶ୍ବାସ ଦୁର୍ଗନ୍ଧ ହେବାରୁ ମୁକ୍ତି ପାଇ ପାରିବେ।

-ନିଶ୍ବାସ ଦୁର୍ଗନ୍ଧକୁ ଦୂର କରିବା ପାଇଁ ଟୀ ଟ୍ରୀ ତେଲର ବ୍ୟବହାର କରନ୍ତୁ। ଟୀ ଟ୍ରୀ ତେଲ ମୁହଁକୁ ଫ୍ରେଶନେସ ଦେବା ସହିତ ବ୍ୟାକ୍ଟେରିଆ ଠାରୁ ମୁକ୍ତି ଦେଇଥାଏ।

tea tree

-ଆପୁଲ ଭିନେଗାର ପାଟିର ଦୁର୍ଗନ୍ଧକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହାକୁ ବ୍ୟବହାର କରିବା ପାଇଁ ଅଧା କପ ପାଣିରେ ଦୁଇ ଚାମଚ ଭିନେଗାର ମିଶାଇ ମୁହଁରେ ରଖନ୍ତୁ। ୨୦ ମିନିଟ ପରେ ଏହାକୁ କୁଳି କରନ୍ତୁ। ଏହିଭଳି କରିବା ଦ୍ବାରା ନିଶ୍ବାସର ଦୁର୍ଗନ୍ଧ ଦୂର ହୋଇଯାଇଥାଏ।

coconut oil

-ନଡିଆ ତେଲ ନିଶ୍ବାସର ଦୁର୍ଗନ୍ଧକୁ ଦୂର କରିବା ପାଇଁ ସହାୟକ ହୋଇଥାଏ। ମୁହଁରେ ଏକ ଚାମଚ ନଡିଆ ତେଲ ପକାଇ ୨୦ ମିନିଟ ପର‌୍ୟ୍ୟନ୍ତ ଚାରି ଆଡକୁ ବୁଲାନ୍ତୁ। ଏହିଭଳି କରିବା ଦ୍ବାରା ପାଟିରେ ହେଉଥିବା ଦୁର୍ଗନ୍ଧ କମ୍ ହୋଇଯାଏ।

Fennel-Seeds

-ପାନମଧୁରୀକୁ ମାଉଥ୍ ଫ୍ରେସନର ରୂପେ ନିଆଯାଏ। ଏହା ମୁହଁରେ ଥିବା କିଟାଣୁକୁ ମାରିବାରେ ସହାୟକ ହୋଇଥାଏ। ପ୍ରତ୍ୟେକ ଦିନ ଖାଦ୍ୟ ଖାଇବା ପରେ ଏକ ଚାମଚ ପାନମଧୁରୀ ଦ୍ବାରା ହେଉଥିବା ଦୁର୍ଗନ୍ଧ ଦୂର ହୋଇଥାଏ।

Leave A Reply

Your email address will not be published.