କାହିଁକି ପୁରୁଷଙ୍କୁ ପସନ୍ଦ ଅଧିକ ବୟସର ମହିଳା ?

ଭଲ ପାଇବା ନା ରଙ୍ଗ ଦେଖେ ନା ବୟସ। ଏଥିରେ ଖାଲି ଦେଖାଯାଇଥାଏ ମନ ଏବଂ ସାଥିଙ୍କ ପ୍ରତି ଭଲପାଇବା। ଏହା ଏପରି ଏକ ଅନୁଭବ ଯାହା ମନୁଷ୍ଯକୁ ଜୀବନରେ କେବଳ ଖାସ ବ୍ଯକ୍ତିଙ୍କ ପାଇଁ ହିଁ ଅନୁଭୂତ ହୋଇଥାଏ। ତେବେ ଆମ ଦେଶରେ ବହୁ ପୁରାତନ କାଳରୁ ଗୋଟିଏ ରୀତି ଚାଲି ଆସିଛି, ବିବାହରେ ଦମ୍ପତିଙ୍କ ମଧ୍ୟରେ ପୁରୁଷଙ୍କ ବୟସ ଅଧିକ ରହିଥିବା ବେଳେ ମହିଳାଙ୍କ ବୟସ କମ ରହିଥାଏ। କିନ୍ତୁ ଏବେ ଧିରେଧିରେ ବଦଳିବାରେ ଲାଗିଛି ପରମ୍ପରା। ପୁରୁଷଙ୍କୁ ନିଜଠାରୁ ବୟସରେ ଅଧିକ ଥିବା ମହିଳା ଅଧିକ ପସନ୍ଦ ଆସୁଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ଏହା ପଛରେ କାରଣ।

older-woman

-ପୁରୁଷଙ୍କୁ ନିଜଠାରୁ ବୟସରେ ବଡ଼ ମହିଳା  ଏଥିପାଇଁ ପସନ୍ଦ ଆସିଥାନ୍ତି କାହିଁକା ନା ସେମାନେ ଅଧିକ ବିଦ୍ବାନ ହୋଇଥାନ୍ତି। ଏଣୁ ପୁରୁଷମାନେ ତାଙ୍କର ଜ୍ଞାନ ଏବଂ କୌଶଳରେ ହିଁ ଫିଦା ହୋଇଯାଇଥାନ୍ତି। ମହିଳା ଯାହା ଭାବିଥାନ୍ତି ତାହାକୁ ମୁହଁରେ ସିଧାସଳଖ କହିଦେଇଥାନ୍ତି। ଏହା ଦ୍ବାରା ସଂପର୍କରେ କୌଣସି ପ୍ରକାରାର ଦ୍ବନ୍ଦ ରହିନଥାଏ।

-ସାଥିଙ୍କଠାରୁ ଅଧିକ ବୟସର ମହିଳା ନିଜର ସମସ୍ତ ସଂପର୍କକୁ ଗମ୍ଭୀର ଭାବେ ନେଇଥାନ୍ତି। ସମସ୍ତ ସଂପର୍କକୁ ସଠିକ୍ ଭାବେ ସମ୍ଭାଳିବା ଜାଣିଥାନ୍ତି। ସେମିତି ମଧ୍ୟ ସାଧାରଣତଃ ପୁରୁଷଙ୍କୁ ସେହି ମହିଳା ଅଧିକ ପସନ୍ଦ ଆସିଥାନ୍ତି ଯେଉଁମାନେ ତାଙ୍କ ପ୍ରେମ ବା ଭଲପାଇବାକୁ ଗମ୍ଭୀରତା ସହ ନେଇଥାନ୍ତି।

couple 2

-ବୟସରେ ବଡ଼ ମହିଳା ଭାବପ୍ରବଣତା ହେବା ବଦଳରେ ଅଧିକ ଦୃଢ ମନୋବଳ ବିଶିଷ୍ଟ ହୋଇଥାନ୍ତି। ସେମାନେ ନିଜ ସାଥିଙ୍କୁ ବଡ଼ରୁ ବଡ଼ ଅସୁବିଧାର ସମାଧାନ ବାହାର କରିଥାନ୍ତି। ଅପରପକ୍ଷରେ ବୟସରେ କମ୍ ଥିବା ମହିଳା ଏହି ସପୋର୍ଟ ଦେବାରେ ଅସମର୍ଥ ରହିଥାନ୍ତି। ଏହି କାରଣରୁ ପୁରୁଷ ଅଧିକ ବୟସ ମହିଳାଙ୍କୁ ପସନ୍ଦ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.