କପଡା ଛାଡି କେବଳ ତକିଆ ପିନ୍ଧି ଫ୍ୟାନଙ୍କ ସାମ୍ନାକୁ ଆସିଲେ ନେହା କକ୍କର, ଭିଡ଼ିଓ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଲୋକେ

ବଲିଉଡ ଅଭିନେତ୍ରୀ ନେହା କକ୍କର ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ଅଲଗା କରି ଦେଖାଇଛନ୍ତି। ନେହା ଏକ ତକିଆ ପିନ୍ଧି ଫ୍ୟାନମାନଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର ଡ୍ରେସ ପିନ୍ଧି ନାହାନ୍ତି, ବରଂ ଏକ ତକିଆ ପିନ୍ଧିଛନ୍ତି।

ପ୍ରକୃତ କଥା ହେଲା, ନେହା ‘ପିଲୋ ଚ୍ୟାଲେଞ୍ଜ’କୁ ଆକସେପ୍ଟ କରିଛନ୍ତି। ଏବେ ଏବେ ସୋସିଆଲ ମିଡିଆରେ ଏହା ଖୁବ ଟ୍ରେଣ୍ଡ କରୁଛି। ଏହି ଚ୍ୟାଲେଞ୍ଜ ପାଇଁ ନେହା ଦେହରେ କପଡା ଜାଗାରେ ପିଲୋ ପିନ୍ଧିଛନ୍ତି ଏବଂ ଅଣ୍ଟାରେ ଏକ ବେଲ୍ଟ ବାନ୍ଧିଛନ୍ତି। ତାଙ୍କର ଏହି ଟିକଟକ ଭିଡ଼ିଓ ଖୁବ ଭାଇରଲ ହେଉଛି।

ଏ ପର୍ଯ୍ୟନ୍ତ ଏହାକୁ 22 ଲକ୍ଷରୁ ଅଧିକ ଭିୟୁଜ ମିଳିସାରିଲାଣି। ନେହାଙ୍କର ଏହି ଭିଡ଼ିଓ ଫ୍ୟାନମାନଙ୍କୁ ଏତେ ପସନ୍ଦ ଆସିଛି ଯେ କେହି ତାଙ୍କୁ ‘ଡଲ’ ବୋଲି କହିଛି ତ ଆଉ କିଏ ‘ଟ୍ୟାଲେଣ୍ଟର ଦୋକାନ’ କହିଛି। କହି ରଖୁଛୁ, ଲୋକେ ଏବେ ସୋସିଆଲ ମିଡିଆରେ ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ନିଜ ନିଜର ଫଟୋ ଏବଂ ଭିଡ଼ିଓ ସେୟାର କରୁଛନ୍ତି।

Leave A Reply

Your email address will not be published.