ଆଜି ପବିତ୍ର ଅକ୍ଷୟ ତୃତୀୟା, ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଥାଳଉଠା କାର୍ଯ୍ୟକ୍ରମ

ସମ୍ବଲପୁର (କେ ନ୍ୟୁଜ ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମସ୍ତ ଶୈବପୀଠରେ ଥାଳଉଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କିନ୍ତୁ କରୋନା ଯୋଗୁ ଏହି ପର୍ବ ଫିକା ପଡିଯାଇଛି । ଏଥର ସମ୍ବଲପୁର ସହରର ସମସ୍ତ ଶୈବପୀଠରେ ଥାଳ ଉଠା କାର୍ଯ୍ୟକ୍ରମକୁ କେବଳ ବିଧି ରକ୍ଷା କରିବା ପାଇଁ ଭକ୍ତଙ୍କ ବିନା ସମାଗମ ମଧ୍ୟରେ କରାଯିବ । ଥାଳଉଠା ପର୍ବ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ହେବ । ଥାଳଉଠାରୁ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ପାଇଁ ଯାତ୍ରା କମିଟିମାନେ ଘରଘର ବୁଲି ଚାନ୍ଦା ସଂଗ୍ରହ କରିବେ । ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ପର୍ବ ପାଳନ କରାଯିବ ବୋଲି ପୂଜା କମିଟି ସଦସ୍ୟ କହିଛନ୍ତି ।

Leave A Reply

Your email address will not be published.