ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଥିଲା ଲକଡାଉନ କଟକଣା । ସାଇକେଲରେ ୧୭ ଶହ କିଲୋମିଟର ଆସିଥିଲେ ଯାଜପୁରର ୨୦ ବର୍ଷର ଯୁବକ । ସେ ମହାରାଷ୍ଟ୍ର ସଙ୍ଗ୍ଲିରେ ଏକ କମ୍ପାନୀରେ କାମ କରୁଥିଲେ । ଲକଡାଉନ ଯୋଗୁ ସେ ମାସିକ ଦରମା ପାଇନଥିଲେ । ଫଳରେ ସେ ଆବଶ୍ୟକ ମୁତାବକ ଖାଦ୍ୟରୁ ବଞ୍ଚିିତ ଥିଲେ । ଏଥିପାଇଁ ସେ ନିଜ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଅନେକ ବାଧାବିଘ୍ନ ପରେ ଶେଷରେ ଏପ୍ରିଲ ୭ରେ ସେ ଯାଜପୁରରେ ପହଞ୍ଚିଥିଲେ । ଏହାପରଠାରୁ ସେ କ୍ବାରେଣ୍ଟାଇନରେ ଥିଲେ । ଖୁସିର କଥା ଗତକାଲି ସେ କ୍ବାରେଣ୍ଟାଇନରୁ ବାହାରି ନିଜ ଘରକୁ ଫେରିଛନ୍ତି ।