ଆଜି ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ, ଜାଣନ୍ତୁ ଏହି ମହାନ ବ୍ୟକ୍ତିଙ୍କ ଜୀବନ ସହ ଜଡିତ କିଛି ରୋଚକ ତଥ୍ୟ

ଆଜି ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ। ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ବୈଶାଖ ଶୁକ୍ଳ ପଞ୍ଚମୀ ଦିନ ଦକ୍ଷିଣ ରାଜ୍ୟ କେରଳର କାଲଡି ନାମକ ଗ୍ରାମରେ ଶିବ ଭକ୍ତ ଭଟ୍ଟ ବ୍ରାହ୍ମଣ ପରିବାରରେ ହୋଇଥିଲା। ଶଙ୍କରାଚାର୍ଯ୍ୟଙ୍କ ପିତାଙ୍କ ନାମ ଶିବଗୁରୁ ନାମପୁଦ୍ରୀ ଏବଂ ମାତାଙ୍କ ନାମ ବିଶିଷ୍ଟାଦେବୀ ଥିଲା। ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପିତା-ମାତା ଭଗବାନ ଶଙ୍କରଙ୍କର ପରମ ଭକ୍ତ ଥିଲେ। ତେବେ ଆସନ୍ତୁ ଜାଣିବା ଶଙ୍କରାଚାର୍ଯ୍ୟଙ୍କ ବିଷୟରେ କିଛି ରୋଚକ ତଥ୍ୟ।

adi

ଜନ୍ମ ସମୟରେ ମିଳିଥିଲା ସଂକେତ

ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରି ମହାନ ବ୍ୟକ୍ତିତ୍ୱଙ୍କ ପରିଚୟ ତାଙ୍କ ସମୟରେ ଦେଖିବାକୁ ମିଳିଥିଲା। ଗୁରୁ ଶଙ୍କରାଚାର୍ଯ୍ୟଙ୍କ ମାତା-ପିତାଙ୍କୁ ତାଙ୍କ ପୁତ୍ର ସାଧାରଣ ବାଳକ ନୁହଁନ୍ତି ବରଂ ଜଣେ ତେଜସ୍ଵୀ ବାଳକ ବୋଲି ଆଭାସ ମିଳିସାରିଥିଲା।

11

ବିଲକ୍ଷଣ ପ୍ରତିଭାରେ ଧନୀ ଥିଲେ ଗୁରୁ ଶଙ୍କରାଚାର୍ଯ୍ୟ

ଆଦି ଗୁରୁ ଶଙ୍କରାଚାର୍ଯ୍ୟ ବିଲକ୍ଷଣ ପ୍ରତିଭାରେ ଧନୀ ଥିଲେ। ଶଙ୍କରାଚାର୍ଯ୍ୟଙ୍କୁ ୨ବର୍ଷ ବୟସରେ ସମସ୍ତ ବେଦ, ଉପନିଷଦ, ପୁରାଣ, ରାମାୟଣ, ମହାଭାରତ କଣ୍ଠସ୍ଥ କରିସାରିଥିଲେ। ତାଙ୍କର ଏହି ଜ୍ଞାନ ଦେଖିବା ପରେ ଗୁରୁଜନମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ସ୍ୱୟଂ ଭଗବାନ ଶିବଙ୍କ ଅବତାର କୁହାଯାଇଥାଏ। ସେ ପାଖାପାଖି ୭ବର୍ଷ ବୟସରେ ସନ୍ୟାସ ଗ୍ରହଣ କରିଥିଲେ।

ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ କାର୍ଯ୍ୟ

ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଜନ୍ମ ଦକ୍ଷିଣ ଭାରତରେ ହୋଇଥିଲା କିନ୍ତୁ ସେ ସମ୍ପୂର୍ଣ୍ଣ ଭାରତ ବର୍ଷରେ କାର୍ଯ୍ୟ କରିଥିଲେ। ସନାତନ ଧର୍ମର ସରଂକ୍ଷଣ କରିବା ପାଇଁ ଆଦିଗୁରୁ ଭାରତର ଚାରି କୋଣରେ ଚାରଟି ମଠ ସ୍ଥାପନା କରିଥିଲେ, ଯାହା ଆଜି ମଧ୍ୟ ହିନ୍ଦୁମାନଙ୍କ ଭକ୍ତିର କେନ୍ଦ୍ର ହୋଇପାରିଛି।

adi-shankara

କିପରି ହୋଇଥିଲା ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମୃତ୍ୟୁ

ଆଦିଗୁରୁ ଶଙ୍କରାଚାର୍ଯ୍ୟ ଅଳ୍ପାୟୁ ଥିଲେ। ସେ ମାତ୍ର ୩୨ ବର୍ଷ ବୟସରେ ନିଜ ଶରୀର ତ୍ୟାଗ କରିଥିଲେ। ସେ କେଦାରନାଥରେ ଜୀବନର ଶେଷ ନିଶ୍ୱାସ ନେଇଥିଲେ। ଜୀବନର ଏହି ଛୋଟ ଯାତ୍ରାରେ ସେ ଏତେ ବଡ ଏବଂ ମହାନ କାର୍ଯ୍ୟ କରିଛନ୍ତି, ଯେଉଁଥିପାଇଁ ଆଜି ମଧ୍ୟ ସମସ୍ତେ ତାଙ୍କୁ ସ୍ମରଣ କରୁଛନ୍ତି।

 

Leave A Reply

Your email address will not be published.