ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି, ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର

ଯାଜପୁର: ଯାଜପୁର ବାସୁଦେବପୁରରେ କଣ୍ଟେନମେଣ୍ଟ ଅବଧି ବୃଦ୍ଧି । କଣ୍ଟେନ୍‌ମେଣ୍ଟ ଅଞ୍ଚଳରେ ଗୋବିନ୍ଦପୁର ଗାଁ ସାମିଲ ହୋଇଛି। ମେ ୧୮ତାରିଖ ରାତି ୮ଟା ଯାଏ କଟକଣା ବଳବତ୍ତର ରହିଛି। ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ରେ ପହଞ୍ଚିଲା। ଗତକାଲି ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ବ୍ୟକ୍ତି ଜଣଙ୍କ ଯାଜପୁର ବ୍ଲକ ବାସୁଦେବପୁର ଗାଁର ୩୪ ବର୍ଷୀୟ ଜଣେ ଯୁବକ। ଆକ୍ରାନ୍ତ ବ୍ୟକ୍ତିଙ୍କ ସଂପୃକ୍ତ ଅଞ୍ଚଳ ପୂର୍ବରୁ କଣ୍ଟେନମେଣ୍ଟ ଅଞ୍ଚଳରେ ଥିବାରୁ ଚିହ୍ନଟ ହେବା ପରେ କଣ୍ଟେନମେଣ୍ଟ ଅବଧି ବଢାଇଲା ଜିଲ୍ଲା ପ୍ରଶାସନ।ସେହିପରି ଗତକାଲି ଦିନ ୧୨ଟାରୁ ଯାଜପୁର ଜିଲ୍ଲାର ୫ଟି ବ୍ଲକ ସହିତ ଯାଜପୁର ପୌରପାଳିକା ସଂପୂର୍ଣ୍ଣ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି। ଏହି କଟକଣା ଆସନ୍ତାକାଲି ସଂଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.