ମାଡ଼ିଆସୁଛି ବାତ୍ୟା ‘ଆମ୍ଫାନ’, ମେ’ ପ୍ରଥମ ସପ୍ତାହରେ କରିବ ଲ୍ୟାଣ୍ଡଫଲ

ମେ ପ୍ରଥମ ସପ୍ତାହରେ ଆସୁଛି ଏକ ବାତ୍ୟା। ଏହି ବାତ୍ୟାର ନାଁ ଆମ୍ଫାନ ରହିବ ବୋଲି କୁହାଯାଉଛି। ଭୂମଧ୍ୟରେଖୀୟ ଭାରତ ମହାସାଗର ଓ ଦକ୍ଷିଣ ଆଣ୍ଡାମାନ ସାଗର ନିକଟରେ ସୃଷ୍ଟ ଘୂର୍ଣ୍ଣିବଳୟ କ୍ରମଶଃ ଶକ୍ତିଶାଳୀ ହୋଇ ମେ ୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ। ପରେ ଏହା ମିଆଁମାର ଓ ବାଂଲାଦେଶ ଆଡ଼କୁ ଗତି କରିବ। ସେପଟେ ଜୁନ ଓ ଜୁଲାଇ ମାସରେ ଉପକୂଳ ଓଡ଼ିଶାରେ ସ୍ପଳ୍ପ ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଗତ ବର୍ଷ ଏହି ତାରିଖରେ ଫନି ରଚିଥିଲା ବିଭୀଷିକା। ଏଣୁ ବାତ୍ୟା କଥା ଶୁଣି ଲୋକେ ଆତଙ୍କିତ ହୋଇପଡିଛନ୍ତି।

Leave A Reply

Your email address will not be published.