ବିଭିନ୍ନ ସୋସିଆଲ ମିଡିଆରେ କିଛି ଦିନ ହେବ ଗୋଟେ ବିଲେଇ ଓ ତାର ଛୁଆର ଫୋଟୋ ଖୁବ ଭାଇରଲ ହେବାରେ ଲାଗିଛି । ଏହି ଫଟୋ ଟିରେ ବିଲେଇଟି ନିଜ ଛୁଆକୁ ଧରି ହସ୍ପିଟାଲ ଯାଇଥିବା ନଜର ଆସିଛି । ହଠାତ ବିଲେଇଟି ନିଜ ଛୁଆ ସହିତ ହସ୍ପିଅଟାଲରେ ପହଁଚିଥିବା ଦେଖି ହସ୍ପିଟାଲ ଷ୍ଟାଫ ମାନେ ଦୌଡ଼ି ଦୌଡ଼ି ବିଲେଇ ପାଖରେ ଆସି ଏକାଠି ହୋଇଯାଇଛନ୍ତି । ବିଲେଇଟି ପାଇଁ ଖାଦ୍ୟ ଓ କ୍ଷୀର ମଧ୍ୟ ସାଥିରେ ଆଣିଛନ୍ତି । ପରେ ଛୁଆ ବିଲେଇ ଟିର ଦେହ ଖରାପ ଥିବା ଅନୁମାନ କରି ଷ୍ଟାଫ ମାନେ ତାର ଚିକିତ୍ସା ପାଇଁ ଭିତରକୁ ନେଇ ଯାଇଛନ୍ତି ।
Bugün hastanenin acilindeydik, bir kedi ağzında taşıdığı yavrusunu koşa koşa acile getirdi pic.twitter.com/lS7acpuWmg
— Merve Özcan (@ozcanmerveee) April 27, 2020
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ହସ୍ପିଟାଲ ଷ୍ଟାଫ ମାନେ ବି ଖୁବ ଶ୍ରଦ୍ଧାର ସହିତ ବିଲେଇ ଓ ତାର ଛୁଆ ଟିକୁ ଆଦର କରୁଛନ୍ତି । ବିଲେଇ ସହିତ ତାର ଛୁଆ ଗୁଡିକର ଫଟୋ ଗୁଡିକୁ ଜଣେ ଟ୍ୱିଟର ୟୁଜର ସମସ୍ତଙ୍କ ସହିତ ସେୟାର କରିଛନ୍ତି । ଏହି ଘଟଣାଟି ପ୍ରକୃତରେ ଘଟିଛି ତୁର୍କୀର ଇସ୍ତାନବୁଲ ସହରରେ । ସୂଚନା ମୁତାବକ ତୁର୍କୀର ଏହି ସହର ଟିରେ ଅନେକ ସଂଖ୍ୟାରେ ବିଲେଇ ରୁହନ୍ତି । କହି ରଖିବା ଉଚିତ ହେବକି, ସୋସିଆଲ ମିଡିଆରେ ଏହି ଫଟୋ ସେୟାର ହେବା କ୍ଷଣି ଖୁବ ଭାଇରାଲ ହୋଇଥିଲା ।
ଏଯାବତ ଏହି ଫଟୋକୁ ୮୦,୦୦୦ ରୁ ଅଧିକ ଲାଇକ୍ସ ମିଳିବା ସହିତ ହଜାରେ ରୁ ଅଧିକ କମେଣ୍ଟ ମିଳିସାରିଲାଣି । ଖାଲି ସେତିକି ନୁହେଁ, ଏହି ଫଟୋକୁ ଅନେକ ରିଟ୍ୱିଟ ବି ମିଳି ସାରିଲାଣି ।