୧୦୨ ବର୍ଷ ପୁରୁଣା ‘କପୁର ଉଆସ’ ଆଜି ମଧ୍ୟ ପାକିସ୍ତାନରେ ରହିଛି, ମୃତ୍ୟୁ ପୂର୍ବରୁ ଯିବାକୁ ଚାହୁଁଥିଲେ ଋଷି କପୁର

ଦିଗଜ୍ଜ ଅଭିନେତା ଋଷି କପୁରଙ୍କ ନିଧନରେ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ୱର ସମସ୍ତ କଳାକାର ଦୁଃଖ ପ୍ରକାଶ କରିଛନ୍ତି। ପାକିସ୍ତାନରେ ମଧ୍ୟ ବଲିଉଡ ଫିଲ୍ମ ଏବଂ କଳାକାରଙ୍କୁ ଖୁବ ପସନ୍ଦ କରାଯାଏ। ଋଷି କପୁରଙ୍କର ପାକିସ୍ତାନ ସହ ପୁରୁଣା ସମ୍ପର୍କ ରହିଛି। କାରଣ ଆଜି ମଧ୍ୟ କପୁର ବଂଶର କୋଠା ପେସାୱରରେ ଅବସ୍ଥିତ।

ସୂଚନା ମୁତାବକ ଋଷି କପୁରଙ୍କ ଭାଇ ଏବଂ ମହାନ ଅଭିନେତା ପୃଥ୍ବୀରାଜ କପୁର ଏଠାରେ ଜନ୍ମ ଗ୍ରହଣ କରିଥିଲେ। ଏହାପରେ ପୃଥ୍ବୀରାଜ କପୁରଙ୍କ ପୁଅ ରାଜ କପୁର ମଧ୍ୟ ଏହି କୋଠାରେ ଜନ୍ମ ଗ୍ରହଣ କରିଥିଲେ। ବର୍ତ୍ତମାନ ଏହି ମହଲ ‘କପୁର ହବେଲି’ ନାମରେ ପରିଚିତ। ଗତ ୨୦୧୮ ମସିହାରେ ଏହି ଘରକୁ ମ୍ୟୁଜିୟମ କରିଦିଆଯାଇଛି।

kapoor

ଭାରତ ପାକିସ୍ତାନ ମଧ୍ୟରେ ଭାଗ ହେବା ପୂର୍ବରୁ ୧୯୧୮ ଏବଂ ୧୯୨୨ ମସିହା ମଧ୍ୟରେ ଏହି ଘର ନିର୍ମାଣ କରାଯାଇଥିଲା। ପୃଥ୍ବୀରାଜ କପୁରଙ୍କ ପିତା ବିଶେଶ୍ୱରନାଥ ଏହାକୁ ନିର୍ମାଣ କରିଥିଲେ। ବସେଶ୍ୱରନାଥ ପେସାରେ ଜଣେ ସବ ଇନିସ୍ପେକ୍ଟର ଥିଲେ।ପୃଥ୍ବୀରାଜ ତାଙ୍କ ପରିବାରର ପ୍ରଥମ ଅଭିନେତା ଥିଲେ। ପାଖାପାଖି ୪୦ ରୁ ୫୦ ରୁମ ଥିବା ଏହି ଘର ଏକ ସମୟରେ ରାଜପ୍ରାସାଦ ଭଳି ଦେଖାଯାଉଥିଲା।

ପ୍ରଥମେ ଏହି ପ୍ରାସାଦ ୫ ମହଲା ରହିଥିଲା। ଭୂକମ୍ପ କାରଣରୁ ପରେ ଉପରୁ ୩ଟି ମହଲା ଧ୍ୱଂସ ହୋଇଯାଇଛି। ୧୯୯୦ ମସିହାରେ ଏହି ମହଲ ଦେଖିବା ପାଇଁ ଋଷି କପୁର ପେସାୱର ଯିବାସହ ସେଠାର ମାଟି ନିଜ ସହ ଆଣିଥିଲେ।

haveli pakis

୨୦୧୬ ମସିହାରେ ଋଷି କପୁର ନିଜର ଏକ ପୁରୁଣା ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ପେସାୱରରେ ଥିବା ମହଲରେ ଛିଡା ହୋଇଥିବାର ନଜର ଆସିଛନ୍ତି। ଏହାପରେ ୨୦୧୭ ମସିହାରେ ଏକ ଟ୍ୱିଟରେ ଋଷି କପୁର ଲେଖିଥିଲେ, “ମତେ ବର୍ତ୍ତମାନ ୬୫ ବର୍ଷ ଏବଂ ମୁଁ ମୃତ୍ୟୁ ପୂର୍ବରୁ ପ୍ରଥମେ ପାକିସ୍ତାନ ଦେଖିବାକୁ ଚାହୁଁଛି। ମୋର ଇଚ୍ଛା ମୋ ପିଲାମାନେ ନିଜର ପ୍ରଥମ ଘର ଦେଖନ୍ତୁ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.