ନୂଆଦିଲ୍ଲୀ : କରୋନା ଭାଇରସ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ତୃତୀୟ ଥର ପାଇଁ ଲକ୍ଡାଉନ୍ ଅବଧି ବୃଦ୍ଧି କରିଛନ୍ତି । ଏ ସମ୍ପର୍କରେ ଆଜି କେନ୍ଦ୍ର ଘରୋଇ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡ଼ ଲାଇନ୍ ଜାରି କରାଯାଇଛି ।
ଲକ୍ଡାଉନ୍ ଯୋଗୁ ଆଗାମୀ ମଇ ୧୭ ତାରିଖ ଯାଏ ସମସ୍ତ ଅନ୍ତର୍ଜାତୀୟ ଓ ଘରୋଇ ବିମାନ ସେବା ସହ ରେଳ ସେବା ବନ୍ଦ ରହିବ । ଏଥି ସହ ଯାତ୍ରୀମାନଙ୍କ ଯାତାୟତ ପାଇଁ ଆନ୍ତଃ ରାଜ୍ୟ ବସ୍ ସେବା ମଧ୍ୟ ବନ୍ଦ ରହିବ ବୋଲି ଏହି ଗାଇଡ୍ ଲାଇନ୍ରେ କୁହାଯାଇଛି ।
ଗାଇଡ୍ଲାଇନ୍କୁ ଭିତ୍ତି କରି ଦିଲ୍ଲୀ ଏୟାରପୋର୍ଟ ମଧ୍ୟ ଯାତ୍ରୀଙ୍କ ପାଇଁ ଏକ ନିର୍ଦ୍ଦେଶାବଳୀ ମାଧ୍ୟମରେ କହିଛି ଯେ ମଇ ୧୭ ତାରିଖ ଯାଏ ସମସ୍ତ ବିମାନ ସେବା ବନ୍ଦ ରହିବ । ଯାତ୍ରୀମାନେ ଅଧିକ ସୂଚନା ପାଇଁ ଏୟାରଲାଇନ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।