ଯୁବକଙ୍କ ଉନ୍ମତ୍ତକାଣ୍ଡ, ଲକଡାଉନ ବେଳେ ରୋକିବାରୁ ପୋଲିସ ଉପରେ ଚଢ଼ାଇଦେଲେ କାର; ଦେଖନ୍ତୁ ଭିଡିଓ

କରୋନାକୁ ରୋକିବାକୁ ସରକାର ବିଭିନ୍ନ ପନ୍ଥା ଆପଣାଉଥିଲେ ମଧ୍ୟ କିଛି ଅମାନିଆ ଏହାକୁ ମାନୁନଥିବା ଦେଖିବାକୁ ମିଳିଛି। ପଞ୍ଜାବର ଜଳନ୍ଧରରେ ସେହିଭଳି ଜଣେ ଅମାନିଆ ଯୁବକ ଏକ ଲଜ୍ଜାଜନକ କାଣ୍ଡ କରିଛି। ଯୁବକ ଜଣକ ଜଳନ୍ଧରର ମିଲକ ବାର ଚୌକର ଚେକ ପୋଷ୍ଟରେ ଠିଆ ହୋଇଥିବା ପୋଲିସକର୍ମୀଙ୍କ ଉପରେ କାର ଚଢ଼ାଇ ଦେଇଛି। କେବଳ ଏତିକି ନୁହେଁ ସେ ଜଣେ ଏଏସଆଇଙ୍କୁ କିଛି ବାଟ ଯାଏଁ ଘୋଷାଡ଼ି ମଧ୍ୟ ନେଇଛି। ସମ୍ପୃକ୍ତ ଯୁବକକୁ ପୋଲିସ ଗିରଫ କରିଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ:

ରିପୋର୍ଟ ମୁତାବକ, ଜଳନ୍ଧରର ମିଲକ ବାର ଚୌକ ରେ ମୁତୟନ ହୋଇଥିବା ପୋଲିସ ଏକ Ertiga ଗାଡ଼ିକୁ ଅଟକିବାକୁ ଇସାରା କରିଥିଲେ। କିନ୍ତୁ ଡ୍ରାଇଭର ଗାଡ଼ିକୁ ରଖିବା ପରିବର୍ତ୍ତେ ଓଲଟା ASIଙ୍କ ଉପରେ ଚଢ଼ାଇ ଦେଇ ଥିଲେ। କିଛି ବାଟ ଯାଏଁ ସେ ପୋଲିସଙ୍କୁ ଗାଡ଼ିରେ ଘୋଷାଡ଼ି ମଧ୍ୟ ନେଇଥିଲେ। ଅତିରିକ୍ତ SHO ଗୁରୁଦେବ ସିଂହ ଗାଡ଼ିକୁ କିଛି ବାଟ ପିଛା କରିବା ପରେ ସମ୍ପୃକ୍ତ ଯୁବକଙ୍କୁ ଧରିଥିଲେ।

ତେବେ ଏହା ପ୍ରଥମ ଥର ନୁହେଁ ବାରମ୍ବାର ଏଭଳି ପୋଲିସଙ୍କ ଉପରେ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳିଛି। ପୂର୍ବରୁ ପଟିୟାଲରେ ଲକଡାଉନ ନ ମାନି ରାସ୍ତାରେ ବୁଲୁଥିବା ଜଣେ ଯୁବକକୁ ପୋଲିସ ରୋକିବାରୁ ସେ ASIଙ୍କ ହାତ କାଟିଦେଇଥିଲା।

Leave A Reply

Your email address will not be published.