ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ, ଅତିରିକ୍ତ ନିର୍ଦ୍ଦେଶକ ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ

ପୁରୀ: ରଥକାମ କରୁଥିବା ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ। ସ୍ୱାସ୍ଥ୍ୟଯାଞ୍ଚ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହୋଇଛନ୍ତି । ପୁରୀ ଜନସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଦେବୀପ୍ରସାଦ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ଲିଆଜନିଂ ଅଫିସର୍‌ ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ସହଯୋଗ କରିବେ ପୁରୀ ସହରାଞ୍ଚଳ ସ୍ୱାସ୍ଥ୍ୟ ୟୁନିଟ୍‌ର ୩ ଜଣ ଅଧିକାରୀ। ରଥନିର୍ମାଣରେ ନିୟୋଜିତ ମହାରଣା,ଭୋଇ, ରୂପକାର ଓ କମାର ସେବକଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ହେବ ।

rathaରଥ ନିର୍ମାଣ କାମ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ କେନ୍ଦ୍ରର ନିଷ୍ପତିକୁ ଅପେକ୍ଷା କରାଯାଇଥିଲା । ତେବେ କେନ୍ଦ୍ର ତରଫରୁ ଗ୍ରୀନ ସିଗନାଲ ମିଳିବା  ପରେ ରଥକାମ ଆରମ୍ଭ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରଥକାମ ତ୍ବରାନିତ କରାଯାଇଛି ବୋଲି ଆଇନମନ୍ତ୍ରୀ କହିଛନ୍ତି। ଅପରପଟେ ଲକ୍‌ଡାଉନ୍‌ ନିୟମାବଳୀ ଆଧାରରେ ସାମାଜିକ ଦୂରତା ରକ୍ଷା କରି ରଥ ନିର୍ମାଣ କାମରେ ଅଳ୍ପ ସଂଖ୍ୟକ ମହାରଣା ନିୟୋଜିତ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.