ଆପଣ ଜାଣିଛନ୍ତି କି, କାହିଁକି ଭାରତରେ ଶସ୍ତାରେ ମିଳେ ସାଓମି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ଏହି କିଛି ବର୍ଷ ହେବ ଦେଶରେ ସାଓମି କମ୍ପାନିର ସ୍ମାର୍ଟଫୋନ ବିକ୍ରି ବହୁ ମାତ୍ରାରେ ବଢ଼ିଯାଇଛି। କମ୍ପାନି ସମୟ ବ୍ଯବଧାନରେ କମ ମୂଲ୍ଯରେ ଅଧିକ ଫିଚର ବିଶିଷ୍ଟ ସ୍ମାର୍ଟଫୋନ ବଜାରରେ ଲଞ୍ଚ କରୁଛି। ଏଣୁ ଦେଖିବାକୁ ଗଲେ ଦେଶରେ ପ୍ରାୟ ସମସ୍ତ ଘରେ ଗୋଟିଏ ଲେଖାଁ ସାଓମି ସ୍ମାର୍ଟଫୋନ ବ୍ଯବହାରକାରୀ ରହିଛନ୍ତି । ଦେଶରେ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି କମ ମୂଲ୍ଯରେ ମୋବାଇଲ ଯୋଗାଉଛି କମ୍ପାନି। ତେବେ ଆପଣ ଭାବୁଥିବେ କମ୍ପାନି ଏତେ କମ ମୂଲ୍ଯ ବିକ୍ରି କରୁଥିବାରୁ କ୍ଷତିଗସ୍ତ ହେଉଥିବ। କିନ୍ତୁ ଆପଣ ଭୁଲ ଅଟନ୍ତି କମ୍ପାନି ଭାରତରେ ହିଁ ଖୁବ୍ କମ ଦାମରେ ସ୍ମାର୍ଟଫୋନ ବିକ୍ରି କରିବା ସହ ବହୁମାତ୍ରାର ଲାଭ ମଧ୍ୟ ପାଉଛି। ଆଜି ଆମେ ଆପଣଙ୍କୁ ସାଓମି କାହିଁକି ଭାରତରେ ଶସ୍ତା ସ୍ମାର୍ଟଫୋନ୍ ବିକ୍ରି କରେ ତାହା ପଛର କାରଣ ବତାଇବାକୁ ଯାଉଛୁ।

 Xiaomi 1

 

-କମ୍ପାନି ବିଜ୍ଞାପନ ଜରିଆରେ ବିଭିନ୍ନ ସ୍ଥାନରୁ ଟଙ୍କା ରୋଜଗାର କରିଥାଏ। କୌଣସି ସ୍ମାର୍ଟଫୋନ ବଜାରରେ ଲଞ୍ଚ କରିବା ପୂର୍ବରୁ ଭିନ୍ନ ଭିନ୍ନ ଆପ୍ସରେ ଏଥିପାଇଁ ବିଜ୍ଞାପନ ବିକ୍ରି କରିଥାଏ କମ୍ପାନି।  ଯାହା ଫଳରେ କମ୍ପାନିକୁ ଭରପୁର ମାତ୍ରାର ଟଙ୍କା ମିଳିଥାଏ।

-କମ୍ପାନି ସ୍ମାର୍ଟଫୋନରେ ମାତ୍ର ୫ପ୍ରତିଶତ ଲାଭ ରଖି ବିକ୍ରି କରିଥାଏ। ଯାହା ଫଳରେ ତାହା ବହୁତ କମ ମୂଲ୍ଯରେ ଭାରତ ବଜାରରେ ଉପଲବ୍ଧ ହୋଇଥାଏ। ଏବେ କିନ୍ତୁ କମ୍ପାନି ଏହି ମୂଲ୍ଯ ବଢ଼ାଇବା ଯୋଜନାରେ ରହିଛି।

-ସାଓମି ଏହାର ସମସ୍ତ ସ୍ମାର୍ଟଫୋନରେ ସମାନ ପ୍ରକାରର ଉପାଦାନର ପ୍ରୟୋଗ କରିଥାଏ। ଯାହା ଫଳରେ ଏହାର ମୂଲ୍ଯ କମ ରହିଥାଏ।

 Xiaomi 2

-ସାଓମି କମ୍ପାନିର ସମସ୍ତ ମୋବାଇଲ ଚାଇନାରେ ହିଁ ନିର୍ମିତ ହୋଇଥାଏ ଏଥିସହ ଏଥିରେ ବ୍ଯବହାର ହୋଇଥିବା ସମସ୍ତ ଅତିରିକ୍ତ ଉପାଦାନ ମଧ୍ୟ ଚାଇନାରେ ମିଳିଥାଏ । ଯାହା ଫଳରେ ଏହା ଖୁବ୍ କମ ଦାମରେ ନିର୍ମିତ ହୋଇଥାଏ।

ସାଓମିର ସ୍ମାର୍ଟଫୋନ ବ୍ଯବହାର କରିବା ସମୟରେ ନିଜର ବ୍ଯକ୍ତିଗତ ତଥ୍ଯ ଦେଖିକି ଦିଅନ୍ତୁ। କାରଣ କମ୍ପାନି ଏହାର ପ୍ରାଇଭେସି ପଲିସିରେ ଲେଖାଯାଇଛି, ଆପଣଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ତଥ୍ଯ କମ୍ପାନିର ସଂରକ୍ଷିତ ରହୁଛି। ଏଥିରେ ଆପଣଙ୍କ ପୋନ ନମ୍ବର, କନେକ୍ଟିଭିଟି ଏବଂ କ୍ଲଉଡ଼୍ ଷ୍ଟୋରେଜ୍ ଆଦିକୁ ଲିଙ୍କ୍ କରାଯାଇଥାଏ। ଏଣୁ ଭାରତରେ ସ୍ମାର୍ଟଫୋନ ଗୁଡ଼ିକରେ ଡ଼ାଟା ପ୍ରାଇଭେସିକୁ ନେଇ କୌଣସି ଆଇନ ପ୍ରଣୟନ କରିବା ନିହାତି ଜରୁରୀ।

Leave A Reply

Your email address will not be published.