ଶାସ୍ତ୍ର ଅନୁସାରେ ଯାହା ପାଖରେ ଥାଏ ଏହି ବଦଭ୍ଯାସ, ତାଙ୍କ ଘର ଛାଡି ଚାଲିଯାଇଥାନ୍ତି ମା’ ଲକ୍ଷ୍ମୀ

ଏହି ସଂସାରରେ ସବୁ ମଣିଷଙ୍କୁ ଧନର ଆବଶ୍ଯକତା ରହିଥାଏ । ଏମିତି କେହି ବି ମଣିଷ ନାହିଁ ଯାହାକୁ ଧନର ଆବଶ୍ଯକତା ନଥାଏ । କାହିଁକି ନା ପାଖରେ ଧନ ଥିଲେ ମଣିଷ ତାର ସବୁ ଇଚ୍ଛା ଓ ଆବଶ୍ଯକତାକୁ ପୂରଣ କରିପାରେ । ମଣିଷ ନିଜ ଜୀବନରେ ଧନ ଅର୍ଜନ କରିବା ପାଇଁ ବହୁତ ପରିଶ୍ରମ କରିଥାଏ ଏବଂ ମା ଲକ୍ଷ୍ମୀଙ୍କର ପୂଜା ପାଠ ମଧ୍ଯ କରିଥାଏ । କାହିଁକି ନା ବିଶ୍ବାସ ରହିଛି, ଯଦି ବିଧିବିଧାନ ସହକାରେ ମା ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ, ତେବେ ମାଙ୍କ ଆର୍ଶିବାଦ ମିଳିଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଏମିତି କାହିଁକି ହୋଇଥାଏ ।

ଶାସ୍ତ୍ରରେ ଏହି କଥା ଉଲ୍ଲେଖ୍ଯ ରହିଛି କି ପ୍ରତିଦିନ ଯଦି କୌଣସି ବ୍ଯକ୍ତି ଦ୍ବାରା କୌଣସି ଅନୈତିକ କାର୍ଯ୍ଯ କରାଯାଇଥାଏ ତେବେ ସେହି କାର୍ଯ୍ଯ ପାଇଁ ଲକ୍ଷ୍ମୀଙ୍କ ଆର୍ଶିବାଦ ସେମାନଙ୍କୁ ମିଳିନଥାଏ । ଯାହାଫଳରେ ନିଜ ଜୀବନରେ ସର୍ବଦା ଧନର ଅସୁବିଧା ଭୋଗ କରିବାକୁ ପଡିଥାଏ ଉକ୍ତ ବ୍ଯକ୍ତିଙ୍କୁ । ଆଜି ଆମେ ଆପଣଙ୍କୁ ଏମିତି   ୬ ଟି ବଦ ଅଭ୍ଯାସ ସମ୍ପର୍କରେ ଜଣାଇବୁ ଯାହା ପାଇଁ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆଗମନ ହୋଇନଥାଏ ।

ଏହାସହ ପଢନ୍ତୁ : ଘରେ ନଜର ଆସିଲେ ଏହି ସଙ୍କେତ ଜାଣନ୍ତୁ ହେବାକୁ ଯାଉଛି ଲକ୍ଷ୍ମୀଙ୍କ ଅାଗମନ

ଆସନ୍ତୁ ଜାଣିବା କେଉଁ ୬ଟି ବଦ ଅଭ୍ଯାସ ପାଇଁ ମା ଲକ୍ଷ୍ମୀ ଘରେ ରହିନଥାନ୍ତି

Laxmi1୧-ଅତ୍ଯଧିକ ଶୋଇବା

ବହୁତ ଲୋକଙ୍କର ଅଭ୍ଯାସ ରହିଥାଏ ସେମାନେ ସକାଳେ ଡେରି ଯାଏଁ ଶୋଇଥାନ୍ତି । ସୂର୍ଯ୍ଯ ଉଦୟ ପରେ ବହୁତ ସମୟ ଯାଏଁ ଶୋଇବା ଅଭ୍ଯାସ ପାଇଁ ଧନର ଦେବୀ ମାଁ ଲକ୍ଷ୍ମୀ ରାଗିଥାନ୍ତି । ଯାହାଫଳରେ ଘରେ ସର୍ବଦା ସମସ୍ଯା ଲାଗି ରହିଥାଏ ଆଉ ଆର୍ଥିକ ସଙ୍କଟ ଦେଖାଦେଇଥାଏ ।

diwali-1୨-ଦୀପ ନ ଜଳାଇବା

ଯେଉଁ ଲୋକେ ନିଜ ଘରେ ସକାଳ ଏବଂ ସନ୍ଧ୍ଯା ସମୟରେ ଦୀପ ଜଳାଇନଥାନ୍ତି ସେମାନଙ୍କ ଘରେ ମାଁ ଲକ୍ଷ୍ମୀ ବହୁତ ସମୟ ଯାଇଁ ରହିନଥାନ୍ତି ।

୩-କ୍ରୋଧ କରିବା ଓ ଅଶ୍ଳିଳ ଭାଷା କହିବା

ଯେଉଁ ବ୍ଯକ୍ତି ସବୁ କଥାରେ ରାଗିବା ସହ ଅନ୍ଯକୁ ଖରାପ ଶବ୍ଦ ରେ ଗାଳିକରିଥାନ୍ତି, ସେମାନଙ୍କ ପାଖରେ ମାଁ ଲକ୍ଷ୍ମୀ ରହିନଥାନ୍ତି । ଏହି ବ୍ଯକ୍ତିମାନଙ୍କ ଘରେ ସବୁଦିନ ଧନର ଅଭାବ ଦେଖାଯାଇଥାଏ ।

laxmi pic୪-ଶାସ୍ତ୍ରକୁ ଅନାଦାର କରିବା

ଯେଉଁ ଘରେ ଶାସ୍ତ୍ରକୁ ଅନାଦାର କରୁଥିବା ବ୍ଯକ୍ତ ବାସ କରନ୍ତି ସେହି ଘରେ କେବେ ଲକ୍ଷ୍ମୀ ବାସ କରିନଥାନ୍ତି । ଏହି ଘର ଠାରୁ ବହୁ ଦୂରକୁ ଚାଲିଯାଇଥାନ୍ତି ମାଁ ଲକ୍ଷ୍ମୀ ।

୫-ସଫା ସୁତୁରା ନରହିବା

ଯେଉଁ ଘର ସଫା ସୁତୁରା ରହୁଥିବ ସେହି ଘରେ ମା ଲକ୍ଷ୍ମୀ ନିଜକୁ ଅବସ୍ଥାନ କରାଇଥାନ୍ତି । ଯେଉଁ ବ୍ଯକ୍ତି ସବୁଦିନ ନିଜ ଘର ଏବଂ ନିଜକୁ ସଫାସୁତୁରା ରଖିନଥାନ୍ତି, ସେମାନଙ୍କ ଘରେ କେବେ ମାଁ ଲକ୍ଷ୍ମୀ ରହିନଥାନ୍ତି ।

laxmi maa୬-ବ୍ରହ୍ମ ମୁହୂର୍ତ୍ତ ଏବଂ ସନ୍ଧ୍ଯା ସମୟରେ ଭୋଗ ବିଳାସ କରିବା

ବହୁତ ବ୍ଯକ୍ତିଙ୍କର ଅଭ୍ଯାସ ରହିଥାଏ ସେମାନେ ସକାଳ ଏବଂ ସନ୍ଧ୍ଯା ସମୟରେ ଭୋଗ ବିଳାସରେ ଲିପ୍ତ ରହିଥାନ୍ତି । ଏହି ବ୍ଯକ୍ତିମାନେ ନର୍କଗାମୀ ହୋଇଥାନ୍ତି ଏବଂ ଧନ ଦେବୀ ମାଁ ଲକ୍ଷ୍ମୀ ଏହି ଲୋକ ମାନଙ୍କୁ ଛାଡି ଚାଲିଯାଇଥାନ୍ତି ।

 

 

 

 

Leave A Reply

Your email address will not be published.