ଟ୍ରେନ ଚଳାଚଳ ପ୍ରସଙ୍ଗ : ଆଜି ସନ୍ଧ୍ୟା ସୁଧା ପ୍ରସ୍ତୁତ ହେବ ଗାଇଡ଼ ଲାଇନ

ଯେଉଁ ମାନେ ଟ୍ରେନ ଜରିଆରେ ଯାତାୟାତ କରିବେ ସେମାନେ ସରକାରଙ୍କ ତରଫରୁ ଲାଗୁ ହେବାକୁ ଥିବା ଗାଇଡ଼ ଲାଇନ ଗୁଡିକୁ ମାନିବାକୁ ବାଧ୍ୟ । ଯାତ୍ରା ସମୟରେ ସଂଗରୋଧ ଓ ସାମାଜିକ ଦୂରତା ନିୟମ ମାନକୁ କଡାକଡି ଭାବେ ପାଳନ କରିବାକୁ ହେବ । ଟ୍ରେନ ଯୋଗେ ଯେଉଁ ଭିଆଇପି ବା ବିଶିଷ୍ଟ ଲୋକ ମାନେ ଯାଉଛନ୍ତି ସେମାନେ ନିଜସ୍ୱ ସୁବିଧା ଓ ଦାୟିତ୍ୱରେ ଯାତ୍ରା କରିବେ । ଯେଉଁମାନେ ଯିବାକୁ ଅସମର୍ଥ, ସେମାନଙ୍କ ପାଇଁ ସରକାର ବିଭିନ୍ନ ସୁବିଧା ମାନର ଆୟୋଜନ କରିବେ ।

ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ଯଦି ସେମାନେ ପଞ୍ଜିକରଣ କରି ନଥିବେ ଏହି ଠାରେ କରିପାରିବେ। ସୂଚନା ଦେବା ଯୋଗ୍ୟକି ଆଜି ଠାରୁ ଦେଶରେ ଟ୍ରେନ ଚଳାଚଳ କରୁଥିବା ବେଳେ ଆସନ୍ତା କାଲି ଠାରୁ ଭୁବନେଶ୍ୱରରୁ ଚାଲିବ । କହି ରଖିବା ଉଚିତ ହେବ ଯେ, କରୋନା ସଂକ୍ରମଣକୁ କମାଇବା ପାଇଁ ଦେଶବ୍ୟାପି ରେଳ ଚଳାଚଳକୁ ଦୀର୍ଘ ଦିନ ପାଇଁ ବନ୍ଦ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.