ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିନଥିଲେ ଏହି ନମ୍ବରକୁ କରନ୍ତୁ କଲ୍‌, ତୁରନ୍ତ ମିଳିଯିବ ପଇସା

ସାରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ସରକାର ଗରିବ ଓ କୃଷକଙ୍କୁ ରାସନ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ କୃଷକଙ୍କ ଖାତାରେ ସରକାର ୨୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏନେଇ ଅର୍ଥମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି ଯେ ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ ୯.୧୩ କୋଟି କୃଷକଙ୍କୁ ୧୮,୨୫୩ କୋଟି ଟଙ୍କା ଦିଆଯାଇଛି। କିନ୍ତୁ ଯଦି କାହା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇନାହିଁ ତେବେ ସେ କ’ଣ କରିବେ ଆମେ ସେ ନେଇ ଜଣାଉଛୁ…

पीएम किसान सम्मान निधि योजना का ...

ଯଦି ଆପଣଙ୍କ ଖାତାକୁ ଟଙ୍କା ଆସିନାହିଁ ତେବେ ଆପଣ ନିଜ ଜିଲ୍ଲା କୃଷି ଅଧିକାରୀ, ବ୍ୟାଙ୍କ ଅଧିକାରୀ କିମ୍ବା ନିକଟସ୍ଥ ବ୍ଲକ ଅଫିସକୁ ଯାଇ ବୁଝିପାରିବେ। ଯଦି କିଛି ଲାଭ ନ ହେଉଛି ତେବେ କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟର ହେଲ୍ପଲାଇନ୍‌ ନମ୍ବରକୁ କଲ୍‌ କରି ସମସ୍ୟା ସମ୍ପର୍କରେ କହିପାରିବେ। ଏଥିପାଇଁ ପିଏମ୍‌ କିଷାନ୍‌ ହେଲ୍ପଲାଇନ୍‌ ୧୫୫୨୬୧ କିମ୍ବା ଟୋଲ ଫ୍ରି ନମ୍ବର ୧୮୦୦୧୧୫୫୨୬ ରେ ଯୋଗାଯୋଗ କରନ୍ତୁ। ଏହା ବ୍ୟତୀତ ଆପଣ ମନ୍ତ୍ରଣାଳୟର ୦୧୧-୨୩୩୮୧୦୯୨ ନମ୍ବରକୁ ମଧ୍ୟ କଲ୍‌ କରିପାରିବେ।

Printing of Rs 2,000 note stops, currency still valid - india news ...

ଲିଷ୍ଟରେ ନିଜ ନାଁ ଚେକ୍‌ କରିବାକୁ ଚାହୁଁଥିଲେ ସର୍ବପ୍ରଥମେ ୱେବସାଇଟ୍‌ pmkisan.gov.in କୁ ଯାଆନ୍ତୁ। ଏହାପରେ ହୋମ୍‌ ପେଜ୍‌ରେ ମେନ୍ୟୁ ବାର ଦେଖିବେ ସେଠାରେ ଫାର୍ମର କର୍ଣ୍ଣରକୁ ଯାଆନ୍ତୁ। ଏହା ପରେ ଲାଭାର୍ଥୀ ସୂଚୀକୁ କ୍ଳିକ୍‌ କରନ୍ତୁ। ଏବେ ନିଜ ରାଜ୍ୟ, ଜିଲ୍ଲା, ଉପ-ଜିଲ୍ଲା, ବ୍ଲକ୍‌ ଓ ଗାଁ ବିବରଣୀ ଦିଅନ୍ତୁ। ସମସ୍ତ ସୂଚନା ଦେଇସାରିବା ପରେ Get Report ଉପରେ କ୍ଲିକ୍‌ କରନ୍ତୁ। ଏବେ ଆପଣଙ୍କୁ ସ୍କ୍ରିନ୍‌ରେ ପୂରା ଲିଷ୍ଟ ମିଳିବ। ଏହା ବ୍ୟତୀତ ଆପଣ ଚାହିଁଲେ ଅଫିସିଆଲ ୱେବସାଇଟ୍‌ www.yojanagyan.in କୁ ଯାଇ ମଧ୍ୟ ସୂଚନା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.