ମଙ୍ଗେତରଙ୍କ ସହ କିଛି ସମୟ କଟାଇବା ପରେ କଫି ହାଉସ୍‌ରେ ପହଞ୍ଚିଲେ ଏହି ଦେଶର ପ୍ରଧାନମନ୍ତ୍ରୀ, କିନ୍ତୁ ମିଳିଲାନି ଏଣ୍ଟ୍ରି

େଓ୍ଵଲିଂଟନ୍‌ : ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ କଫି ହାଉସ୍‌ରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ । ହେଲେ ସ୍ଥାନ ନଥିବାରୁ ତାଙ୍କୁ ବାହାରେ ଠିଆ ହେବାକୁ ପଡ଼ିଥିଲା ।

କରୋନା ପାଇଁ ସବୁଠି ଲକ୍‌ଡାଉନ୍‌ ସହ ସାମାଜିକ ଦୂରତ୍ୱର ନିୟମ କଡ଼ାକଡ଼ି ପାଳନ କରାଯାଉଛି । ନ୍ୟୁଜିଲାଣ୍ଡରେ ମଧ୍ୟ ସାମାଜିକ ଦୂରତ୍ୱ ପାଳନ ସହ ରେଷ୍ଟୁରାଣ୍ଟ ଓ କଫି ହାଉସ୍‌ରେ ପ୍ରବେଶ ନିୟମ ରହିଛି ।

ଏହି ନିୟମ ପାଇଁ ନ୍ୟୁଜିଲାଣ୍ଡ୍‌ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନଙ୍କୁ ମଧ୍ୟ କୈାଣସି ବିଶେଷ ସୁବିଧା ମିଳିନାହିଁ । ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ମଙ୍ଗେତର ସହ ମଧ୍ୟ କଫି ହାଉସ୍‌ ପାଖରେ ଅପେକ୍ଷା କରିବାକୁ ପଡ଼ିଛି । ଘଟଣା ଥିଲା ଏପରି ।

nz pm-1

ଲକ୍‌ଡାଉନ୍‌ରୁ ଦୁଇ ଦିନ ରିହାତି ମିଳିଥିବାରୁ ଶନିବାର ନିଜର ମଙ୍ଗେତର କ୍ଲାର୍କ ଗେଫର୍ଡଙ୍କ ସହ କିଛି ସମୟ ବିତାଇବା ପାଇଁ ପ୍ରଧାନମନ୍ତ୍ରୀ ରାଜଧାନୀ େଓ୍ଵଲିଂଟନ୍‌ର ଏକ କଫି ହାଉସ୍‌କୁ ଯାଇଥିଲେ ।

କିନ୍ତୁ ସାମାଜିକ ଦୂରତ୍ୱ ନିୟମ ଅନୁଯାୟୀ ସେଠାରେ ଏକ ମିଟର ଦୂରତ୍ୱ ବଜାୟ ରଖିବାର ଥିଲା । ତେଣୁ ଆସନ ଖାଲି ନହେବା ଯାଏ ପ୍ରଧାନମନ୍ତ୍ରୀ ଓ ତାଙ୍କ ମଙ୍ଗେତରଙ୍କୁ କିଛି ସମୟ ବାହାରେ ଅପେକ୍ଷା କରିବାକୁ ପଡ଼ିଥିଲା ।

ଏ ଘଟଣା ଯେତେବେଳେ ପ୍ରଘଟ ହେଲା ଦେଶର ସାଧାରଣ ନାଗରିକ ଦୁଃଖ ପ୍ରକାଶ କଲେ । ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଉପରେ ଟିପ୍ପଣୀ ଦିଆଯାଇଛି ଏପରି ।

ଏଥିରେ କୁହାଯାଇଛି ଯେ ସାମାଜିକ ଦୂରତ୍ୱକୁ ସାଧାରଣ ଲୋକଙ୍କ ପରି ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବାକୁ ଚାହିଁଲେ । ତେଣୁ ସିଟ୍‌ ଖାଲି ହେବା ଯାଏ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ତରଫରୁ ବାହାରେ ଅପେକ୍ଷା କରିବାକୁ ଚାହିଁଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ଦେଶରେ ତାଙ୍କ ପ୍ରତି ପ୍ରଶଂସାର ସୁଅ ଛୁଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.