ଲକଡାଉନରେ ଚାକିରି ହରାଇ ଘରେ ବସିଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଆମାଜନ ଦେବ ୫୦ ହଜାର ଲୋକଙ୍କୁ ଚାକିରି

କରୋନା ଲକଡାଉନ କାରଣରୁ ଅନେକ କର୍ମଚାରୀ ନିଜ ଚାକିରି ହରାଇଛନ୍ତି। କିନ୍ତୁ ଏବେ ସେହିମାନଙ୍କ ପାଇଁ ଖୁସି ଖବର। ଇ-କମର୍ସ କମ୍ପାନୀ ଆମାଜନ ଇଣ୍ଡିଆ କରୋନା ମହାମାରୀ କାରଣରୁ ଅନଲାଇନ ସପିଂର ଡିମାଣ୍ଡ ବଢିଯାଇଛି। ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବାକୁ ଆମାଜନ ଅସ୍ଥାୟୀ ଭାବରେ ୫୦ ହଜାର ଲୋକଙ୍କୁ ଚାକିରିରେ ରଖିବ।

covidକମ୍ପାନୀ ତାର ବୟାନରେ ଜଣାଇଛି ଯେ ଏହି ଚାକିରି ୱେୟାରହାଉସିଂ ଏବଂ ଡେଲିଭରି ନେଟୱାର୍କ ଆଦିରେ ଦିଆଯିବ। କରୋନା ସଂକ୍ରମଣ ଏବଂ ଲକଡାଉନ କାରଣରୁ ଲୋକେ ଅନଲାଇନ ସପିଂ କରୁଛନ୍ତି। ଏମିତିରେ ଅନେକ ପ୍ରଡକ୍ଟସର ଚାହିଦା ମଧ୍ୟ ଅଧିକ ହୋଇଗଲାଣି। ଏହି ଚାହିଦାକୁ ଲକ୍ଷ କରି କମ୍ପାନୀ ୫୦ ହଜାର ଲୋକଙ୍କୁ ଅସ୍ଥାୟୀ ଭାବରେ ଚାକିରୀରେ ନିଯୁକ୍ତି ଦେବ।

AMAZONଯଦି ଆପଣ ମଧ୍ୟ ତାଲାବନ୍ଦ ସମୟରେ ଚାକିରୀ ହରାଇ ଘରେ ବସିଛନ୍ତି ତାହେଲେ ଆପଣଙ୍କ ପାଇଁ ଏହା ସୁବର୍ଣ୍ଣ ସୁଯୋଗ। କମ୍ପାନୀ ଜଣାଇଛି ଯେ ଯେଉଁମାନେ ଏହି ଚାକିରି ପାଇଁ ଆଗ୍ରହୀ ଅଛନ୍ତି ସେମାନେ ୧୮୦୦-୨୦୮-୯୯୦୦ ନମ୍ବରକୁ କଲ କରିପାରିବେ। ନଚେତ ସିଜନଲ ହାଏରିଂଇଣ୍ଡିଆ@ଆମାଜନ ଡଟ କମରେ ମେଲ ପଠାଇପାରିବେ।

Leave A Reply

Your email address will not be published.