ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ପୃଥିବୀର ଚୁମ୍ବକୀୟ ଶକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଗତ କିଛି ବର୍ଷ ହେବ ପୃଥିବୀରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ବାୟୁମଣ୍ଡଳ ତଥା ଜଳବାୟୁର ସ୍ଥିତିରେ ପରିବର୍ତ୍ତନ ଘଟିଥିବା ଲକ୍ଷ କରାଯାଉଛି । କିନ୍ତୁ ପୃଥିବୀର ଉପରି ଭାଗରେ ବି ଧୀରେ ଧୀରେ ସ୍ଥିତି ବଦଳିବାରେ ଲାଗିଛି । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆମ ଗ୍ରହ ପୃଥିବୀର ଚୁମ୍ବକୀୟ ଶକ୍ତି କମିବାରେ ଲାଗିଛି । ଦୁଇବର୍ଷ ହେବ ଏହା ଲାଗିରହିଛି । କହିରଖିବା ଉଚିତ ହେବକି, ଏହି ଚୁମ୍ବକୀୟ ଶକ୍ତି ହିଁ ସୂର୍ଯ୍ୟଙ୍କ ଠାରୁ ପୃଥିବୀକୁ ଆସୁଥିବା ଶକ୍ତିଶାଳୀ ଚୁମ୍ବକୀୟ ତରଙ୍ଗ ଓ କଣିକା ମାନଙ୍କୁ ପୃଥିବୀ ପୃଷ୍ଠକୁ ପଶିବାକୁ ଦିଏନାହିଁ । ଏବାବଦରେ ସାଧାରଣରେ ସେତେଟା ଜଣା ପଡୁନଥିଲେ ମଧ୍ୟ ସୂର୍ଯ୍ୟଙ୍କ କଣିକା ଜୀବଜଗତ ପାଇଁ ଏହା ଖୁବ କ୍ଷତିକାରକ ।

earth

ବିଶେଷ ଭାବେ ଆଫ୍ରିକାରୁ ଦକ୍ଷିଣ ଆମେରିକା ପର୍ଯ୍ୟନ୍ତ କ୍ଷେତ୍ରରେ ପୃଥିବୀ ପୃଷ୍ଠର ଏହି ଚୁମ୍ବକୀୟ ଶକ୍ତି କମିବାରେ ଲାଗିଛି । ଏହି କାରଣରୁ ପୃଥିବୀ ଚାରିପରେ ଘୁରି ବୁଲୁଥିବା ସାଟେଲାଇଟ ଗୁଡିକର ଟେକନିକ ଗୁଡିକ ବି ଦିନ କୁ ଦିନ ଖରାପ ହେବାରେ ଲାଗିଛି । ଏହା ପଛର ପ୍ରକୃତ କାରଣ ଖୋଜି ବାହାର କରିବାକୁ “ୟୁରୋପୀୟ ସ୍ପେସ ଏଜେନ୍ସି”ର ବୈଜ୍ଞାନିକ ମାନେ ଚେଷ୍ଟା ଚଳାଇଛନ୍ତି । ଏହି ପ୍ରଭାବକୁ ସାଉଥ “ଆଟ୍ଲାଣ୍ଟିକ ଏନାମୋଲି” ନାମରେ ଜଣାଯାଇଥାଏ । ସ୍ପେସ ବୈଜ୍ଞାନିକଙ୍କ ଅନୁଯାୟୀ ପୃଥିବୀର ବାହାର ଭାଗରେ ଥିବା ପରସ୍ତରେ ଥିବା ଗରମ ତରଳ ଲୁହା ରେ ହିଁ ଏହି ଆବରଣ ସୃଷ୍ଟି ହୋଇଥାଏ । ଏହି ଚୁମ୍ବକୀୟ ପରସ୍ତ ଆମ ପୃଥିର ପୃଷ୍ଠର ପାଖାପାଖି 3 ହଜାର କିଲୋମିଟର ତଳେ ଅବସ୍ଥିତ । ଏକ ଜର୍ମାନ ଦଳଙ୍କ ଅନୁଯାୟୀ ଏହି ପରିବର୍ତ୍ତନ ଗତ ଦଶ ବର୍ଷ ହେବ ଲକ୍ଷ କରାଯାଉଛି ।

 

earth

କିନ୍ତୁ କେଉଁ କାରଣରୁ ଏପରି ପରିବର୍ତ୍ତନ ଦେଖାଦେଉଛି ତାହା ଜାଣିବା ଖୁବ କଷ୍ଟ । କେତେକଙ୍କ ଅନୁଯାୟୀ ଚୁମ୍ବକୀୟ କ୍ଷେତ୍ର ଦୁର୍ବଳ ହେବା କାରଣରୁ ଚୁମ୍ବକୀୟ ଧ୍ରୁବ ମାନେ ନିଜ ନିଜ ସ୍ଥାନ ବଦଳାଇ ବାରେ ଲାଗିଛନ୍ତି । ଅବଶ୍ୟ ଏହି ଘଟଣା ନୂଆ ନୁହେଁ । ଆଗକୁ ଯଦି ଏହି ପ୍ରକ୍ରିୟା ଜାରି ରୁହେ ତେବେ ଅନ୍ତରୀକ୍ଷରୁ ଆସୁଥିବା କଣିକା ଗୁଡିକ ଉପଗ୍ରହରେ ପଶି ସେମାନଙ୍କ କାମ ଉପରେ ପ୍ରଭାବ ପକାଇ ପାରେ । ଉପକରଣ ଗୁଡିକୁ ବି ଖରାପ କରି ଦେଇପାରେ ବୋଲି ବୈଜ୍ଞାନିକ ମାନେ ସତର୍କ କରାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.