ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର

ରାଜନଗର: କେନ୍ଦ୍ରପଡା ଜିଲ୍ଲା ରାଜନଗର ଅଗରନାସୀ ସମୁଦ୍ର କୂଳରରୁ ୪୦ ଫୁଟର ମଲା ତିମି ମାଛ ଉଦ୍ଧାର। ସୂଚନା ପାଇ ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଚଳାଇଛି । ବାତ୍ୟା ଅମ୍ଫନ ଯୋଗୁଁ ତିମି ମରିଥିବା ସନ୍ଦେହ କରାଯାଉଛି । କିନ୍ତୁ ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏତେ ବଡର ତିମିକୁ ଦେଖିବାକୁ ଅଗରନାସୀ ସମୁଦ୍ର କୂଳରେ ସ୍ଥାନୀୟ ଲୋକଙ୍କ ଭିଡ ଲାଗି ରହିଥିବାର ଦେଖିବାକୁ ମିଳିଛି ।

ତେବେ ଏହି ବିଶାଳ ତିମିଟି ବାତ୍ୟାର ପ୍ରଭାବରେ କିମ୍ବା ଅନ୍ୟ କୌଣସି କାରଣରୁ ମରିଛି ତାହା ସ୍ପଷ୍ଟ ହୋଇନାହିଁ । ଏହା ପୂର୍ବରୁ ମଧ୍ୟ ରାଜନଗର ଅଞ୍ଚଳରେ ଦୁଇ ତିନିଟି ତିମିଙ୍କ ମୃତଦେହ ଦେଖିବାକୁ ମିଳିଛି । ସେହିଭଳି ବିଭିନ୍ନ ସମୟରେ ଗଞ୍ଜାମ ଜିଲ୍ଲା ଉପକୂଳରେ ମଧ୍ୟ ଏଭଳି ବିଶାଳୟକାୟ ଜୀବଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.