ସଟ ସର୍କିଟ ଯୋଗୁ ଅଘଟଣ: ଠିଆ ଠିଆ ଜଳିଗଲା ଦଶ ଚକିଆ ଟ୍ରକ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ଟୋଲଗେଟ ନିକଟରେ ଆଜି ସକାଳେ ଏକ ଦଶ ଚକିଆ ଟ୍ରକ ଜଳିଯାଇଛି। ଟ୍ରକଟି ଟୋଲଗେଟ ନିକଟରେ ଠିଆ ହୋଇଥିବା ବେଳେ ସଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।

ଘଟଣାସ୍ଥଳରେ ଟ୍ରକଟି ଦୀର୍ଘ ସମୟ ଜଳୁଥିବା ବେଳେ ଡ୍ରାଇଭର ଓ ହେଲପର ସୁରକ୍ଷିତ ରହିଥିବା ଜଣା ପଡିଛି। ଗାଡିଟି ତାଳଚେର ଅଞ୍ଚଳର ହୋଇଥିବା ବେଳେ ଖବର ପାଇ ଘଟଗାଁ ଦମକଳ ବାହିନୀ ପହଞ୍ଚିବା ସହ ନିଆଁକୁ ଆୟତ୍ତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.