ମୁକେଶ ଅମ୍ବାନୀଙ୍କ ଘରେ ଏବେ ଗୋଟିଏ ପରେ ଗୋଟିଏ ବିବାହର ଲାଗି ରହିଛି। ପୁଅ ପରେ ଏବେ ଚାଲିଛି ଝିଅ ଇଶାଙ୍କର ବିବାହ ପ୍ରସ୍ତୁତି। ତେବେ ନିକଟରେ ଇଟାଲୀରେ ଇଶା ଅମ୍ବାନିଙ୍କ ନିବନ୍ଧର ଗ୍ରାଣ୍ଡ ସେଲିବ୍ରେସନ୍ ଶେଷ ହୋଇଛି। ଏଥିରେ ପରିବାର ଏବଂ ଆନନ୍ଦ ପରିମଲଙ୍କର ପ୍ରଥମ ଭିଡ଼ିଓ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ମା’ ନିତା ଅମ୍ବାନି ଝିଅ ଇଶାର ନିର୍ବନ୍ଧର ଘୋଷଣା କରୁଥିବାର ନଜର ଆସିଥାନ୍ତି।
Happy to share this 😀#AmbaniWedding #IshaAnand #IshaAmbani #AnandPiramal #NitaAmbani #MukeshAmbani #IshaAmbaniEngagement pic.twitter.com/VF55yqIeBv
— Nita Mukesh Ambani (@NitaMAmbani) September 22, 2018
ଭିଡ଼ିଓରେ ଇଶା ଅମ୍ବାନି ଗୋଲଡ଼େନ୍ ରଙ୍ଗର ଡ଼୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହା ଛଡ଼ା ଏହି ଖାସ ମୂହୂର୍ତ୍ତ ପାଇଁ ଆନନ୍ଦ ଓଲିଭଗ୍ରୀନ୍ ରଙ୍ଗର ଏକ ଶେରୱାନିରେ ନଜର ଆସିଥିଲେ। ଏହି ଭିଡ଼ିଓଟିକୁ ନୀତା ଅମ୍ବାନିଙ୍କ ଏକ ଫ୍ଯାନ କ୍ଳବରେ ଶେୟାର କରାଯାଇଥିଲା।
ଭିଡିଓରେ ନୀତା ଅମ୍ବାନି ନିର୍ବନ୍ଧ ଘୋଷଣା କରୁଥିବା ବେଳେ ରୋୟାଲ କପଲଙ୍କୁ ଏକ ସରପ୍ରାଇଜ୍ ମିଳିଥିବାର ଦେଖିବାକୁ ମିଳିଛି। ଏଠାରେ ତାଙ୍କ ଉପରେ ଫୁଲ ବର୍ଷା ହେଉଥିବାର ଦେଖିବାକୁ ମିଳିଥିଲା। ତେବେ ଇଶାଙ୍କ ଭିଡ଼ିଓ ପୂର୍ବରୁ ଇଣ୍ଟରନେଟରେ ପ୍ରିୟଙ୍କା ଚୋପ୍ରା ଏବଂ ଜାନଭୀ କପୁରଙ୍କର ଏହି ଇଭେଣ୍ଟ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହୋଇଥିଲା।